Latest Odisha News

BREAKING NEWS

ନଦୀ ବନ୍ଧ ଓ ରାସ୍ତା ମରାମତି ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ

ଯାଜପୁର : ମଦୀବନ୍ଧ ଥାଇ ଲୋକଙ୍କ କାମରେ ଆସୁନି । ବର୍ଷ ବର୍ଷ ଧରି ମରାମତି ହୋଇପାରୁନି ନଦୀ ବନ୍ଧ ଓ ରାସ୍ତା । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବନ୍ଧ ଏବେ ଗମନାଗମନ ପାଇଁ ଅନୁପଯୁକ୍ତ ପାଲଟିଛି । ବର୍ଷା ହେଲାମାତ୍ରେ ବନ୍ଧଟି କାଦୁଅରେ ପରିଣତ ହୋଇଯାଉଥିବାରୁ ଦୈନିକ ଏଠୋର ଦୁଘର୍ଟଣା ଘଟୁଛି । ଆମେ କହୁଛୁ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଗୁହାଳି ଠାରୁ ବାଛଳ ପର୍ଯ୍ୟନ୍ତ ଯାଇଥିବା ଖରେସ୍ରାତା ନଦୀ ବନ୍ଧ କଥା । ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକ ଅସୁବିଧାରେ ସମ୍ମୁଖିନ ହେଉଥିବା ବେଳେ  ଯାଜପୁର ଜିଲ୍ଲାପାଳ ଖୁବ ଶିଘ୍ର ଏହି ସମସ୍ୟାର ସମାଧାନ କରିବାପାଇଁ ପ୍ରତିଶୃତି ଦେଇଛନ୍ତି ।

ଏହି ଘଟଣାଟି ହେଉଛି ବିଂଝାରପୁର ଦେଇ ଯାଇଥିବା ଖରେସ୍ରାତା ନଦୀ ବନ୍ଧର । ବିଂଝାରପୁର ବ୍ଲକ କଏଣା ରଘୁନାଥପୁର ପଞ୍ଚାୟତ ବାଙ୍କୀପାଳ ଅଞ୍ଚଳ ସମେତ ସୟଦପୁର, ମାଂସଡା, ଫତେପୁର, ବାଛଳ ଅଞ୍ଚଳରେ ନଦୀବନ୍ଧ ସଂପୁର୍ଣ୍ଣ ବିପଦ ସଙ୍କୁଳ ହୋଇଯାଇଛି । ବର୍ଷାଦିନେ କାଦୁଅ ପଚ ପଚ ହୋଇଥିବା ଯୋଗୁଁ ଏଠୋର ଦୈନିକ ଦୁଘର୍ଟଣା ଘଟୁଛି । ଏହି ରାସ୍ତା ଓସାରିଆ ହୋଇ ସବୁଦିନିଆ ରାସ୍ତା ଭାବେ ବ୍ୟବହୃତ ହେବା କଥା । କିନ୍ତୁ ଏବେ ଲୋକଙ୍କ ପାଇଁ ବିପଦ ହୋଇ ଠିଆ ହୋଇଛି । ଠିକାଦାର ମାନେ ମରାମତି ଓ ନିର୍ମାଣ ନେଇଁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିବାରୁ ରାସ୍ତାର ଅବସ୍ଥା ଏଭଳି ହୋଇଥିବା ଅଭେିଯାଗ ହୋଇଛି । ଗତ ବର୍ଷ ତଳେ ନଦୀ ବନ୍ଧ ଓ ରାସ୍ତାର ମରାମତି କାମ ଆରମ୍ଭ ହୋଇଥିଲା । କିନ୍ତୁ ବାଲିମାଟିରେ ମରାମତି ହୋଇଥିବା ଯୋଗୁଁ ଏହାର ସ୍ଥାୟତ୍ୱ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ରାଜ୍ୟ ସରକାରଙ୍କର ନିଷ୍ପତି ମୁତାବକ ବର୍ଷା ଦିନ ଆସିବା ପୂବର୍ରୁ ନଦୀ ବନ୍ଧ ଓ ରାସ୍ତା ଗୁଡିକୁ ମରାମତି କରିବା କଥା କିନ୍ତୁ ଏହି ନିର୍ଦ୍ଦେଶ ନାମାକୁ ଅଣଦେଖା କରୁଛି ପୂର୍ତ ବିଭାଗ ।

ନଦୀ ବନ୍ଧର ପ୍ରଶସ୍ତିକରଣ ପାଇଁ ଠିକାଦାର ମାନେ ବନ୍ଧ ଠାରୁ ୫ କିଲୋମିଟର ଦୂରରୁ ମାଟି ଆଣି ନଦୀ ବନ୍ଧରେ ପକେଇବା ପାଇଁ ନିୟମ ଥିବା ବେଳେ ଠିକାଦାର ମାନେ ନଦୀ ନିକଟରୁ ମାଟି ଆଣି ପକାଉଛନ୍ତି । ଫଳରେ ନଦୀର ସ୍ରୋତ ସିଧା ସଳଖ ନଦୀ ବନ୍ଧରେ ମାଡ କରିବା ଭଳି ପରିସ୍ଥିତି ସୃଷ୍ଟି କରିଛି । ଏହି ରାସ୍ତରେ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଗାଡି ଚଳାଚଳ କରି ବନ୍ଧକୁ ନଷ୍ଟ କରୁଥିବା ଅଭିଯୋଗ ହେଉଛି । ଏ ନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକଷର୍ଣ କରାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକଷର୍ଣ କରିବାରୁ କାମ ଜାରି ରହିଛି ବର୍ଷା ସରିବା ପରେ କାମ ଶେଷ ହେବ ବୋଲି ଯାଜପୁର ଜିଲ୍ଲାପାଳ କହିଛନ୍ତି ।

ନଦୀ ବନ୍ଧ ମରାମତି ଓ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳ ଏହା ଉପଯୁକ୍ତ ଭାବେ କାର୍ଯ୍ୟ କରାଯାଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘୋର ଅସେନ୍ତାଷ ଦେଖା ଯାଇଛି । ଉଚ୍ଚ କତୃପକ୍ଷ ଏଥି ପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆନ୍ଦୋଳନ କରିବାକୁ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.