Latest Odisha News

ମାଡି ଆସୁଛି ବିପଦ, ପୃଥିବୀକୁ ଧ୍ୱଂସ କରିବ ‘ଆପୋଫିସ୍’!

ନୂଆଦିଲ୍ଲୀ: ପୃଥିବୀ ଆଡ଼କୁ ମାଡି ଆସୁଛି ବିପଦ । ଏକ ବିଶାଳକାୟ ଗ୍ରହାଣୁ ପୃଥିବୀ ଆଡ଼କୁ ମାଡିଆସୁଛି। ଏହାର ମୁକାବିଲା ଲାଗି ବିଶ୍ୱର ସବୁ ଦେଶ ଏବେଠୁ ପ୍ରସ୍ତୁତି ଚଳାଇଛନ୍ତି। ଭାରତ ମଧ୍ୟ ଏଥିରେ ସାମିଲ ହୋଇଛି। ଇସ୍ରୋ ମୁଖ୍ୟ ଡ. ଏସ୍. ସୋମନାଥ ଏହି ଗ୍ରହାଣୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏକ ସାକ୍ଷାତକାରରେ ସେ ଏହାକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି କହିଛନ୍ତି।

ଗ୍ରହାଣୁ ନାଁ ‘୯୯୯୪୨ ଆପୋଫିସ୍’। ଇଜିପ୍ଟର ‘ଗଡ଼୍ ଅଫ୍ ଚାଓସ୍’ ନାମ ଅନୁସାରେ ଏହାର ନାମକରଣ କରାଯାଇଛି। ଆପୋଫିସ୍‌ ନାମକ ଏକ କ୍ଷୁଦ୍ରଗ୍ରହ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ଏହା ୨୦୨୯ରେ ପୃଥିବୀ ସହ ଧକ୍କା ହେବ ବୋଲି ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ସୂଚନା ଦେଇଛି। ଏହି କ୍ଷୁଦ୍ରଗ୍ରହ ପୃଥିବୀର ନିକଟତର ହେବା ମାନବ ସମାଜ ପ୍ରତି ବିପଦ ବୋଲି ଇସ୍ରୋ ଦର୍ଶାଇଛି।

ଇସ୍ରୋର ନେଟ୍‌ଓ୍ବାର୍କ ଫର୍‌ ସ୍ପେସ୍‌ ଅବଜେକ୍ଟସ୍‌ ଟ୍ରାକିଂ ଆଣ୍ଡ ଆନାଲିସିସ(ନେତ୍ରା) ଆପୋଫିସ୍‌ ଉପରେ ନଜର ରଖିଥିବା ଏହାର ଅଧ୍ୟକ୍ଷ ଡକ୍ଟର ଏସ୍‌. ସୋମନାଥ କହିଛନ୍ତି। ଆପୋଫିସ ପ୍ରଥମେ ୨୦୦୪ରେ ଆବିଷ୍କୃତ ହୋଇଥିଲା। ଏହା କ୍ରମେ ପୃଥିବୀର ନିକଟତର ହେବାକୁ ଲାଗିଛି। ଇସ୍ରୋ ଏହାକୁ ଟ୍ରାକ୍‌ କରୁଛି। ୨୦୨୯ ପରେ ଏହା ୨୦୩୬ରେ ମଧ୍ୟ ପୃଥିବୀର ନିକଟତର ହେବ।

ତେବେ ଏହି ଗ୍ରହାଣୁକୁ ପୃଥିବୀଠାରୁ ଦୂରେଇବା ପାଇଁ ତାର ଦିଗକୁ ବଦଳାଇବା ଲାଗି ଅନେକ ଉପାୟ ରହିଛି। ତେବେ କିଛି ଅଧ୍ୟୟନ ଅନୁଯାୟୀ ଏହା ୨୦୨୯ରେ ପୃଥିବୀ ପାଖ ଦେଇ ଅତିକ୍ରମ କରିବ, ଧକ୍କା ହେବ ନାହିଁ। ଏହା ପୃଥିବୀଠାରୁ ୩୨ ହଜାର କି.ମି. ଦୂରରେ ଅତିକ୍ରମ କରିପାରେ।

Comments are closed.