Latest Odisha News

BREAKING NEWS

ନସୀରଙ୍କ ବିବାଦୀୟ ବୟାନ, ରାଜେଶ ଖାନ୍ନା ଭଲ ଅଭିନେତା ନ ଥିଲେ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ନସୀରୁଦ୍ଦିନ ଶାହ ତାଙ୍କ ବିବାଦୀୟ ବୟାନ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ରାଜେଶ ଖାନ୍ନା ଭଲ ଅଭିନେତା ନ ଥିଲେ । ୭୦ ଦଶକ ପରେ ତାଙ୍କ ଯୋଗୁ ହିନ୍ଦୀ ଫିଲ୍ମର ସ୍ତର ଖସିଥିଲା । ଏପରିକି ସେ ୨୦୧୦ରେ ଏକ ସାକ୍ଷାତକାରରେ ଅମିତାଭ ବଚ୍ଚନଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ଏହି ଦୁଇ ସୁପରଷ୍ଟାର ସେ ଭଳି କୌଣସି ସ୍ମରଣୀୟ ଫିଲ୍ମ କରି ନାହାନ୍ତି । ଇଣ୍ଡଷ୍ଟ୍ରିରେ ରାଜୁତି କରିବା ପାଇଁ ସେମାନେ ସେ ସମୟରେ ସ୍ଥିତିର ଫାଇଦା ଉଠାଇଥିଲେ । ମୁଁ କେବେ ହେଲେ ଏମାନଙ୍କୁ ଭଲ ଅଭିନେତା କହିବି ନାହିଁ ।

ଶୋଲେ ଏକ ମନୋରଞ୍ଜନ ପୂର୍ଣ୍ଣ ଫିଲ୍ମ ହୋଇପାରେ କିନ୍ତୁ ମହାନ ଶ୍ରେଣୀରେ ଏହାକୁ ସାମିଲ କରାଯାଇ ପାରିବ ନାହିଁ । ପୁରୁଷ ମନୋରଞ୍ଜନ ପାଇଁ ସର୍ବଦା ଆକ୍ସନ ଦୃଶ୍ୟ ଫିଲ୍ମ ପସନ୍ଦ କରିଥାଏ । ନସୀର ଏବେ ୱେବ ସିରିଜରେ ବ୍ୟସ୍ତ ରହୁଛନ୍ତି । ଗତ ବର୍ଷ ତାଙ୍କର କୁତେ ଫିଲ୍ମ ରିଲିଜ ହୋଇଥିଲା । ତାଜ, ସାସ ବୋହୂ ଔର ଫ୍ଲେମିଙ୍ଗୋ, ଚାର୍ଲି ଚୋପ୍ରା ଆଣ୍ଡ ଦି ମିଷ୍ଟ୍ରି ଅଫ ସୋଲାଙ୍ଗ ୱେବ ସିରିଜରେ ସେ କାମ କରିଛନ୍ତି ।

Leave A Reply

Your email address will not be published.