ମୁମ୍ବାଇ: ବଲିଉଡ ଗତ ୨ ଦିନରେ ଦୁଇଟି ଦିଗଜ୍ଜ କଳାକାରଙ୍କୁ ହରାଇଛି । ସିନେ ଜଗତର ଦୁଇ ଶ୍ରେଷ୍ଠ ଅଭିନେତା – ଇରଫାନ୍ ଖାନ୍ ଏବଂ ରିଷି କପୁରଙ୍କୁ ହରାଇଛି ବଲିଉଡ । ଯାହା ଇଣ୍ଡଷ୍ଟ୍ରି ଏବଂ ସିନେମା ପ୍ରେମୀମାନଙ୍କୁ ଏକ ବଡ଼ ଧକ୍କା । ତେବେ ଏହି ଦୁଃଖ ମଧ୍ୟରେ ଆଉ ଏକ ଖବର ଗୁରୁବାର ସନ୍ଧ୍ୟାରେ ସୋସିଆଲ ମିଡିଆରେ ଘୁରି ବୁଲୁଥିଲା ।
ବଲିଉଡର ଆଉ ଜଣେ କିମ୍ବଦନ୍ତୀ ଅଭିନେତା ନସିରୁଦ୍ଦିନ ଶାହାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଖବର ଗୁରୁବାର ସନ୍ଧ୍ୟାରେ ସୋସିଆଲ ମିଡ଼ିଆର୍ ଜୋର ଧରିଥିଲା।
ଏହାକୁ ଗୁଜବ ବୋଲି କହିଛନ୍ତି ନସିରୁଦ୍ଧିନଙ୍କ ପୁଅ ଭିଭାନ୍। ଭିଭାନ ଟ୍ୱିଟ୍ କରିଛନ୍ତି ଯେ, ‘ବାବା ଠିକ୍ ଅଛନ୍ତି ।’ ଫେସବୁକ ପୋଷ୍ଟରେ ନସିରୁଦ୍ଧିନ ଲେଖିଛନ୍ତି ଯେ, ସେ ଭଲ ଅଛନ୍ତି ଦେଶବ୍ୟାପୀ ଲକଡାଉନ ଯୋଗୁଁ ସେ ଘରେ ଅଛନ୍ତି । ତାଙ୍କ ପାଇଁ ଚିନ୍ତା ବ୍ୟକ୍ତ କରିଥିବାରୁ ୬୯ ବର୍ଷ ବୟସ୍କ ଏହି ଅଭିନେତା ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା କହିଛନ୍ତି।
ସେ କହିଛନ୍ତି, “ଦୟାକରି ଏହିଭଳି କୌଣସି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ।
Comments are closed.