Latest Odisha News

BREAKING NEWS

ଜନ୍ମଦିନ ଅବସରରେ ଜାଣନ୍ତୁ ନସିରୁଦ୍ଦିନଙ୍କ ଜୀବନୀ ସମ୍ପର୍କରେ…

ମୁମ୍ବାଇ: ବଲିଉଡ ଅଭିନେତା ନସିରୁଦ୍ଦିନ ଶାହା ୭୦ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୫୦ ମସିହା ଜୁଲାଇ ୨୦ ତାରିଖରେ ସେ ଉତ୍ତର ପ୍ରଦେଶର ବାରବାଙ୍କିର ଜନ୍ମ ଗ୍ରହଣ କରିଥିଲେ ।

୧୯୭୫ ମସିହାରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ‘ନିଶାନ୍ତ’ ଜରିଆରେ ସେ ନିଜର ପେଶାଦାର ଫିଲ୍ମି କ୍ୟାରିୟର୍ ଆରମ୍ଭ କରିଥିଲେ । ତାଙ୍କର ବାପା ଜଣେ ଆର୍ମି ଅଫିସର ଥିବାବେଳେ ମାଆ ଗୃହିଣୀ ଥିଲେ ।

ଜନ୍ମଦିନ ଅବସରରେ ଜାଣନ୍ତୁ ନସିରୁଦ୍ଦିନଙ୍କ ସମ୍ପର୍କରେ କିଛି…

୧୯୮୦ ମସିହାରେ ବଲିଉଡ ଫିଲ୍ମ ‘ହମ୍ ପାଞ୍ଚ’ରେ ସେ ନଜର ଆସିଥିଲେ । ସାତ ଖୁନ୍ ମାଫ, ବେଗମ ଜାନ୍‌, ଡର୍ଟି ପିକଚର ଓ ଦେଢ ଇସ୍କିଆ ଭଳି ବଲିଉଡ ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା ।

ପରେ ୧୯୮୨ ମସିହାରେ ରତ୍ନା ପାଠକଙ୍କୁ ସେ ଦ୍ୱିତୀୟ ବିବାହ କରିଥିଲେ । କୁହାଯାଏ ମାତ୍ର ୨୦ ବର୍ଷ ବୟସରେ ସେ ନିଜଠାରୁ ୧୫ ବର୍ଷ ବୟସ୍କା ବଡ ମନାରା ସିକରିଙ୍କୁ ବିବାହ କରିଥିଲେ।

ଥିଏଟର, ବଲିଉଡ ବ୍ୟତିତ ପାକିସ୍ତାନୀ ଚଳଚ୍ଚିତ୍ରରେ ମଧ୍ୟ ନସିରୁଦ୍ଦିନ କାମ କରିଛନ୍ତି । ‘ଖୁଦା କେ ଲିୟେ’ ହେଉଛି ତାଙ୍କର ପ୍ରଥମ ପାକିସ୍ତାନୀ ଫିଲ୍ମ ।

ନିଜର ବଳିଷ୍ଠ ଅଭିନୟ ଲାଗି ନସିରୁଦ୍ଦିନ ଫିଲ୍ମ ଫେୟାର ଆୱାର୍ଡ, ନ୍ୟାସନାଲ୍ ଆୱାର୍ଡ, ପଦ୍ମଶ୍ରୀ ଓ ପଦ୍ମ ଭୂଷଣ ଭଳି ପୁରସ୍କାର ପାଇ ପାରିଛନ୍ତି ।

 

 

Leave A Reply

Your email address will not be published.