Latest Odisha News

ମହାରାଷ୍ଟ୍ର ନାସିକରେ ମର୍ମନ୍ତୁଦ ଦୁର୍ଘଟଣା: ରାସ୍ତାରେ ଚାଲିକି ଯାଉଥିବାବେଳେ ଧକ୍କା ଦେଲା କାର୍, ୩ ମୃତ, ୨ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ର ନାସିକ ଜିଲ୍ଲାର କଲ୍ୟାଣ ନାସିକ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆଜି ସକାଳୁ ୫ ଜଣ ବ୍ୟକ୍ତି ରାସ୍ତାରେ ଚାଲିକି ଯାଉଥିବାବେଳେ ଦ୍ରୁତ ଗତିରେ ଯାଉଥିବା ଏକ କାର୍ ସେମାନଙ୍କୁ ଧକ୍କା ଦେଇଛି  । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ପରେ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି  । ଏବଂ ଦୁର୍ଘଟଣା ଘଟାଇ ଥିବା କାରକୁ ମଧ୍ୟ ଜବତ କରିଛି ।

ବାରମ୍ବାର ଏହି ରାସ୍ତାରେ ଏଭଳି ଅଘଟଣ ଘଟୁଥିବା ଖବର ସାମ୍ନାକୁ ଆସୁଛି  । ଗତ ସୋମବାର ମଧ୍ୟ ଏଭଳି ଏକ ଦୁର୍ଘଟଣା ଘଟିଥିଲା  । ନାସିକ ଜିଲ୍ଲାର ମୁମ୍ବାଇ-ଆଗ୍ରା ରାଜପଥରେ ଏକ କଣ୍ଟେନର ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।   କାର ଏବଂ କଣ୍ଟେନର ଉଭୟ ଦ୍ରୁତ ଗତିରେ ଆସୁଥିବାବେଳେ ଏଭଳି ଅଘଟଣ ଘଟିଥିଲା । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା ।  ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା।  ମୃତକଙ୍କ ମଧ୍ୟରେ ରହିଥିଲେ ବିଜେପି ନେତା କିରଣ ଅହିରାଓ, କୃଷ୍ଣକାନ୍ତ ମାଲି,  ପ୍ରବୀଣ ପାୱାର ଏବଂ ଅନିଲ ପାଟିଲ ।

Leave A Reply

Your email address will not be published.