Latest Odisha News

BREAKING NEWS

ଭୋପାଳ ଗସ୍ତରେ ପ୍ରଧାନମନ୍ତ୍ରୀ: ରୋଡ୍ ସୋ ସହ ଜାମ୍ବୋରୀ ଗ୍ରାଉଣ୍ଡରେ ୧୦ ଲକ୍ଷ କର୍ମୀଙ୍କୁ ଦେବେ ବିଜୟର ଗୁରୁମନ୍ତ୍ର

ଭୋପାଳ : ଆଜି ଭୋପାଳ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏଥିଲାଗି କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ପୁରା ସହର । ସକାଳ ୧୦ଟା ୫୫ ରେ ଭୋପାଳ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ପରେ ସେ ବିମାନ ବନ୍ଦରରୁ ସିଧାସଳଖ ହେଲିକପ୍ଟର ଯୋଗେ ଜାମ୍ବୋରୀ ଗ୍ରାଉଣ୍ଡରେ ପହଞ୍ଚିବେ  । ସେଠାରେ ୧୦ ଲକ୍ଷ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମହାକୁମ୍ଭକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ଏକ ମେଗା ରୋଡ୍ ସୋର ଆୟୋଜନ ମଧ୍ୟ କରାଯାଇଛି । ଏଥିଲାଗି ୭ଟି ବଡ ବଡ ଷ୍ଟେଜ୍ କରାଯାଇଛି  ।

ମୋଦିଙ୍କ ଗସ୍ତକୁ ଆଖି ଆଗରେ ରଖି ସହରର ପ୍ରତ୍ୟେକ ଅଞ୍ଚଳରେ ବିଜେପି ପତାକା, ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି।  ପିଏମ ମୋଦୀ ଏଠାରେ 10 ଲକ୍ଷ ବିଜେପି କର୍ମୀଙ୍କୁ ସମ୍ବୋଧିତ କରିବେ।  ମହାକୁମ୍ବୁରେ ଦୁଇ ଘଣ୍ଟା ରହିବେ।   ନିର୍ବାଚନରେ ​​ଜିତିବା ପାଇଁ ସେ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେବେ। ସେପଟେ ପ୍ରଧାନମନ୍ତ୍ରୀ ଗସ୍ତକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି  । ସହରର ଅନେକ ସ୍କୁଲ , କଲେଜକୁ ଆଜି ଛୁଟି ଘୋଷଣା କରାଯାଇଛି  । ସୁରକ୍ଷା ରେ ୪୦୦ ପୋଲିସ ଫୋର୍ସ ମୂତୟକ କରାଯାଇଛି । ୨୬ ଆଇପିଏସ ଅଧିକାରୀ ନିୟୋଜିତ ରହିବେ । ଏବଂ ଆଣ୍ଟି ଡ୍ରୋନ୍ ସିଷ୍ଟମର ବ୍ୟବସ୍ଥା ମଧ୍ୟ କରାଯାଇଛି ।

Leave A Reply

Your email address will not be published.