ଭୁବନେଶ୍ୱର: ଭାରତ ମଙ୍ଗଳବାର ଏରୋ ସ୍ପୋର୍ଟସ ପଲିସି-୨୦୨୨ ଉନ୍ମୋଚନ କରିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଏହାକୁ ଉନ୍ମୋଚନ କରିବା ସହ ଏହି ନୀତି(ପଲିସି) ଏରୋ ସ୍ପୋର୍ଟସରୁ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ସୃଷ୍ଟି ହୋଇପାରିବ ।
ଏହି ନୀତି ଜରିଆରେ ଏଏସଏଫଆଇ (ଏୟାର ସ୍ପୋର୍ଟସ ଫେଡେରେସନ ଅଫ୍ ଇଣ୍ଡିଆ) ସର୍ବୋଚ୍ଚ ପରିଚାଳକ ସଂସ୍ଥା ରୂପେ କାର୍ଯ୍ୟ କରିବ । ଏହା ଅଧୀନରେ ୧୩ଟି ସଂଗଠନ ଖୋଲିବ । ଏୟାର ସ୍ପୋର୍ଟସ କୁ ନେଇ ଜଡ଼ିତ ସମସ୍ତ ଖେଳ ବିଭାଗ ପାଇଁ ସ୍ୱତନ୍ତ୍ର ସଂଗଠନ ରହିବ । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହି କ୍ରୀଡ଼ା ପାଇଁ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରାଇବେ ।
ଏବେ ଏନଏଏସପି ଅଧୀନରେ ୧୧ ପ୍ରକାରର ଏରୋ ସ୍ପୋର୍ଟସ ଖେଳ ହେଉଛି । ନୂଆ ନୀତି ପ୍ରଣୟନ ପରେ ଏଥିରେ ଆହୁରି ଅଧିକ ଖେଳ ସାମିଲ ହେବ । ସେଗୁଡ଼ିକ ହେଉଛି- ଏରୋବେଟିକ୍ସ, ଏରୋ ମଡେଲିଂ ଏବଂ ମଡେଲ ରେକେଟ୍ରି, ଏମେଚ୍ୟୁର ବିଲ୍ଟ ଏବଂ ଏକ୍ସପେରିମେଣ୍ଟାଲ ଏୟାରକ୍ରାଫ୍ଟ, ବଲୁନିଂ, ଡ୍ରୋନସ, ଗ୍ଲାଇଡିଂ ଏବଂ ପାୱାରଡ ଗ୍ଲାଇଡିଂ, ହ୍ୟାଙ୍ଗ ଗ୍ଲାଇଡିଂ ଏବଂ ପାୱାରଡ ହ୍ୟାଙ୍ଗ ଗ୍ଲାଇଡିଂ, ପାରାଚୁଟିଂ(ସ୍କାଏଡାଇବିଂ, ବେସ-୧ ଜମ୍ପିଂ, ୱିଙ୍ଗସୁଟ୍ସ), ପାରାଗ୍ଲାଇଡିଂ ଏବଂ ପାରା ମୋଟୋରିଂ(ପାୱାରଡ ପାରାଚୁଟ ଟ୍ରାଇକ୍ସ), ପାୱାରଡ ଏୟାରକ୍ରାଫ୍ଟସ(ଅଲଟ୍ରାଲାଇଟ, ମାଇକ୍ରୋଲାଇଟ ଏବଂ ଲାଇଟ ସ୍ପୋର୍ଟସ ଏୟାରକ୍ରାଫ୍ଟ), ରୋଟୋରକ୍ରାଫ୍ଟ ।
ପରିବର୍ତ୍ତନଶୀଳ ସମୟ ସହ ଏରୋ ସ୍ପୋର୍ଟସ ତାଲିକା ବଦଳାଇକୁ ଏହି ନୀତିରେ ନିୟମ କରାଯାଇଛି । ପୂର୍ବ ନୀତି ଗୁଡ଼ିକରେ ଏରୋ ସ୍ପୋର୍ଟସରୁ ବାର୍ଷିକ ୮୦-୧୦୦ କୋଟି ଟଙ୍କାର ରାଜସ୍ୱ ଆସୁଥିବା ବେଳେ ନାସ୍ପ(ଏନଏଏସପି)-୨୦୨୨ରେ ଏହା ଶହେ ଗୁଣା ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ସିନ୍ଧିଆ କହିଛନ୍ତି ।
୨୬ଟି ପଏଣ୍ଟ ସହିତ ଏହି ନିୟମାବଳୀ ପ୍ରସ୍ତୁତ ହୋଇଛି । ଯେଉଁଥିରେ ଲକ୍ଷ, କାର୍ଯ୍ୟକାରିତା, ଉଦ୍ଦେଶ୍ୟ, ପରିଚାଳନା, ସଂଗଠନ, ଆର୍ଥିକ ସହାୟତା ଏବଂ ପର୍ଯଟନ ସମେତ ଅନେକ ଦିଗ ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି ।
Comments are closed.