Latest Odisha News

[ଦେଖନ୍ତୁ ଭିଡିଓ] ଅନୁଭବ ପୋଷ୍ଟ କଲେ ଆଉ ଏକ ଭିଡିଓ: ମରିବାକୁ ନେଇ ଡରାଅ ନାହିଁ , ବଞ୍ଚିବାକୁ ଚାହେଁ

କଟକ: ଓଡ଼ିଆ ସିନେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ପୁଣି ଆଜି ଏକ ଭିଡିଓ ପୋଷ୍ଟ କରି ନିଜର ମନକଥା କହିଛନ୍ତି । ଏହି ଭିଡିଓରେ ସେ ନିଜର ଦୁଃଖ ବଖାଣିବା ସହ ନିଜ ଶେଷ ଇଚ୍ଛା ସଂପର୍କରେ ସୂଚନା ଦେଇଛନ୍ତି। ଏହାଛଡ଼ା ନିଜର ପ୍ରଶଂସକ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ ବି କିଛି ସନ୍ଦେଶ ଦେଇଛନ୍ତି । ନିଜ ଫ୍ୟାନ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ତାଙ୍କୁ ତାଙ୍କ ଖରାପ ସମୟରେ ସପୋର୍ଟ କରିଥିବାରୁ ସେ ନିଜର ଖୁସି ଜାହିର କରିଛନ୍ତି। ନିଜ ବନ୍ଧୁ ମାନଙ୍କଠାରୁ ନେଇ ନିଜ ବାପା ମାଆ ଓ ଜଗନ୍ନାଥଙ୍କୁ ନିଜ ସାଥିରେ ପାଇ ଖୁସି ଅନୁଭବ କରିଛନ୍ତି। ଦିନେ ମୁ ମୋ ପରିବାର ସହିତ ଆମେ ସମସ୍ତେ ନୂଆ ସୂର୍ଯ୍ୟୋଦୟ ଦେଖିବୁ।

ସେ କହିଛନ୍ତି, ‘ମୁଁ ବହୁତ ବୋଝ ନେଲିଣି। ମୋତେ ମାରି ସାରିଲଣି । ମରିବାକୁ ଆଉ ଡରାଅନି । ତୁମେ ମୋତେ ମାରି ସାରିଲଣି। ମୁଁ ଗୋଟିଏ ମଲା ମଣିଷ । ମୁଁ ଏବେ ଗୋଟିଏ ମଲା ମଣିଷର ଜୀବନ ବଞ୍ଚିଛି। ହେଲେ ସମସ୍ତଙ୍କ ପରି ମୋର ବି ଶେଷ ଇଚ୍ଛା ଅଛି। ମୁଁ ବି ବଞ୍ଚିବାକୁ ଚାହେଁ । ସେ ଆହୁରି କହିଛନ୍ତି, ମୁଁ ସବୁବେଳେ ବଞ୍ଚିବାକୁ ଚାହୁଁଥିଲି ।

ମୁଁ ଆଶା କରୁଛି ମୋର ଏହି ଶେଷ ଇଚ୍ଛା ପୁରଣ ହେବ। ଏହାପରେ ମୁଁ ଆଉ କିଛି କହି ପାରିବିନି ।  ଯାହା ବି ସମସ୍ୟା ଆସିବ ସେସବୁର ମୁଁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି । ଦିନେ ନା ଦିନେ ସୂର୍ଯ୍ୟୋଦୟ ହେବ ।  କିନ୍ତୁ ଏକଥା ସେ କାହା ଉଦ୍ଦେଶ୍ୟରେ କହିଛନ୍ତି, ତାହା ସ୍ପଷ୍ଟ କରିନାହାନ୍ତି ।

ଅନୁଭବ ପୁଣି କହିଛନ୍ତି, ମୋର ‌ଅନେକ କିଛି କହିବାର ଅଛି, ହେଲେ ଦେଶର ସମ୍ବିଧାନ ଓ  ଆଇନ ମୋର ମୁହଁ ବନ୍ଦ କରିଦେଇଛି । ସେ ଏହି ଭିଡିଓ ଶେଷରେ ସେ ନିଜର ବାପା ମା’ ଓ ସାନଭାଇ ଚିକୁଙ୍କ ସମେତ କେତେକଙ୍କ ନାଆଁ ନେଇ ସେମାନଙ୍କ ପାଖରେ କୃତଜ୍ଞତା ଜଣାଇଛନ୍ତି । ମେତେ ଏପର୍ଯ୍ୟନ୍ତ ଯେଉଁମାନେ ସପୋର୍ଟ କରି ମୋ ସହ ଛିଡ ହୋଇଛନ୍ତି ସମସ୍ତଙ୍କୁ ଯେତେ ଧନ୍ୟବାଦ ଦେଲେ ବି ତାହା କମ୍ ପଡ଼ିବ। ଜଗନ୍ନାଥଙ୍କ ପାଖରେ ସେ ନିଜକୁ ସମର୍ପି ଦେବା ସହିତ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.