Latest Odisha News

BREAKING NEWS

ମାନସିକ ପୂରଣ ହେଲା, ଚୁଟି କାଟିଲେ ନଟରଜନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଦଳର ଐତିହାସିକ ସଫଳତା ପରେ ଦଳର ପେସ ବୋଲର ତ୍ୟାଗୀ ନଟରାଜନ ତାଙ୍କ ମାନସିକ ପୂରଣ ହୋଇଥିବା କହିଛନ୍ତି । ଭଗବାନ ମୁରଗାନଙ୍କ ମନ୍ଦିରରେ ସେ ସମ୍ପୂର୍ଣ୍ଣ ଭାବେ ଲଣ୍ଡା ହେବା ସହ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ନିଜ ଫଟୋ ଶେୟାର କରିବା ସହ ସେ ସୋସିଆଲ ସାଇଟରେ ଲେଖିଛନ୍ତି, ମୋତେ ଭଗବାନଙ୍କ ଆଶୀର୍ବାଦ ପାଇଲା ଭଳି ଲାଗୁଛି ।

ୟର୍କର କିଙ୍ଗ ଟ୍ୟାଗ ପାଇଥିବା ନଟରାଜନ ୩ଟି ଯାକ ଫର୍ମାଟରେ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କୁ ନେଟ ବୋଲର ଭାବେ ନିଆ ଯାଇଥିଲା । ମାତ୍ର ପରେ ପ୍ରଥମ ଟେଷ୍ଟରେ ସେ ୩ଟି ଉଇକେଟ ନେଇ ରେକର୍ଡ କରିଥିଲେ । ସୂଚନାଯୋଗ୍ୟ, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ୨୦୧୧ ବିଶ୍ୱକପ ପରେ ଚୁଟି କାଟି ଦେଇଥିଲେ ।

Comments are closed.