Latest Odisha News

BREAKING NEWS

ଭୁବନେଶ୍ୱରରେ ହେବ ଜାତୀୟ ଚେସ ଏକାଡେମୀ

ଭୁବନେଶ୍ୱର: ଭାରତର କ୍ରୀଡା କେନ୍ଦ୍ର ହେବାକୁ ଯାଉଛି ଓଡିଶା । ଭୁବନେଶ୍ୱରରେ ଜାତୀୟ ଚେସ ଏକାଡେମୀ ହେବା ନେଇ ଘୋଷଣା କରିଛି ସର୍ବଭାରତୀୟ ଚେସ ଫେଡେରେଶନ । କିଟ ଓ କିସ କ୍ୟାମ୍ପସରେ ଏହାକୁ ସ୍ଥାପନ କରାଯିବ । ଜୟପୁରରେ ଆୟୋଜିତ ବାର୍ଷିକ ବୈଠକରେ ଏଆଇସିଏଫ ଓଡିଶା ଚେସ ଆସୋସିଏଶନ ସଭାପତି ରଞ୍ଜନ ମହାନ୍ତିଙ୍କୁ ଜାତୀୟ ଫେଡେରେଶନର ଯୁଗ୍ମ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ଏଥିନେଇ ମହାନ୍ତି ଓ ଏଓସିଏର ସମ୍ପାଦକ ଦେବବ୍ରତ ଭଟ୍ଟ ଏଆଇସିଏଫ ସଭାପତି ସଞ୍ଜୟ କାପୁରଙ୍କୁୁ ଧନ୍ୟବାଦ ଜଣାଇଛନ୍ତି ।

କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡିଶା ସରକାରଙ୍କ କ୍ରୀଡା ସଚିବ ଆର ଭିନିଲ କ୍ରିଷ୍ଣା ଓ ଅନ୍ୟ ଅଧିକାରୀମାନଙ୍କ ଏ ଭଳି ଏକ ଏକାଡେମୀ ପ୍ରସ୍ତୁତ କରିବା ନେଇ ଉଦ୍ୟମ କରିଥିବାରୁ ଏଓସିଏ କୃତଜ୍ଞତା ଜ୍ଞାପନ କରିଛି । ଏହା ଦ୍ୱାରା ଓଡିଶା ସମେତ ସାରା ଭାରତରେ ଚେସର ଆହୁରି ଉନ୍ନତି ଘଟିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.