ଜାତୀୟ ଜୁନିୟର ଖୋ ଖୋ: ବାଳିକା ବିଭାଗର କ୍ୱାର୍ଟରରେ ଓଡିଶା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ଖୋ ଖୋ ଚାମ୍ପିୟନଶିପରେ ଓଡିଶା ଦଳ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଶୁକ୍ରବାର ଓଡିଶା ବାଳିକା ଟିମ୍ ହିମାଚଳ ପ୍ରଦେଶକୁ ୨୬-୫ ପଂଏଟରେ ପରାସ୍ତ କରିଥିଲା । ପୂର୍ବରୁ ଆନ୍ଧ୍ରପ୍ରଦେଶକୁ ମଧ୍ୟ ଓଡିଶା ଦଳ ପରାଜିତ କରିଥିଲେ । ବାଳିକା ବିଭାଗର ଅନ୍ୟ ପ୍ରମୁଖ ମୁକାବିଲାରେ ପଞ୍ଜାବ, ଉତରାଖଣ୍ଡ, ଦିଲ୍ଲୀ, ତେଲେଙ୍ଗାନା, ଛତିଶଗଡ ଓ ପଞ୍ଜାବ ବିଜୟ ହାସଲ କରିଥିଲେ ।

ବାଳକ ବିଭାଗରେ ଓଡିଶା ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ୨୮-୦୬ରେ ମଧ୍ୟପ୍ରଦେଶକୁ ହରାଇଥିଲା । ଅନ୍ୟ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ କେରଳ, ପୁଡୁଚେରୀ, ଉତରାଖଣ୍ଡ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ମଣିପୁର, ଝାଡଖଣ୍ଡ, ବିହାର ଓ କେରଳ ମଧ୍ୟ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି ।