Latest Odisha News

BREAKING NEWS

ଯୌନ ଶୋଷଣର ବିଲୋପ ପାଇଁ ଅଭିଭାବକମାନେ ପିଲାଙ୍କ କଥା ଶୁଣିବା ଦରକାର

ଭୁବନେଶ୍ୱର : ପିଲାମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଓ ଶୋଷଣକୁ ସବୁସ୍ତରରେ ବିଲୋପ କରିବାକୁ ହେବ । ନଚେତ ଏହା ଏକ ବ୍ୟାଧି ଭାବରେ ବ୍ୟାପିବା ସହ ଆଗାମୀ ପୀଢିକୁଏହା ଆକ୍ରାନ୍ତ କରିବ । ଯୌନ ଶୋଷଣକୁ ବିଲୋପ ପାଇଁ ପିଲାଙ୍କଠାରୁ ଆରମ୍ଭ କରି ଅଭିଭାବକ, ସରକାରୀ ଓ ବେସରକାରୀସ୍ତରରେ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ‘ପିଲାଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଓ ଶୋଷଣର ବିଲୋପ’ ସମ୍ପର୍କିତ ଶିଶୁମାନଙ୍କର ଏକ ଜାତୀୟ ସ୍ତରୀୟ କର୍ମଶାଳାରେ ବହୁବିଶିଷ୍ଟ ବ୍ୟକ୍ତି ଏହିମତ ବ୍ୟକ୍ତ କରିଛନ୍ତି ।


ଏନଏସିଜିଇଭାକ୍‍ ଇଣ୍ଡିଆ ଆନୁକୂଲ୍ୟରେ ପିକକ ପକ୍ଷରୁ ଓ ୱାର୍ଲଡଭିଜନ ଇଣ୍ଡିଆ, ୱାର୍ଲ ଭିଜନ ଜର୍ମାନୀ, ବିଏମଜେଡ୍‍ ଜର୍ମାନୀ ସହଯୋଗରେ ତଥା ଆଭାସ, ଏଡିଏଫ୍‍, ଆଦର୍ଶ, ଏଭିବାଲିଗାଟ୍ରଷ୍ଟ, ଏକତା, ହେଲ୍ପ, ଏମଆଇଏଚୱାଇ, ଓପନ ଲର୍ଣ୍ଣିଂସିଷ୍ଟମ, ଆରଏଆରଇ, ସାହାରା, ସେଲ୍ଟର, ଏସଆଇପିଡି ଏବଂ ଭାଇ ସହ ମିଳିତ ଭାବରେ ଆୟୋଜିତ ଏହି ଜାତୀୟସ୍ତରୀୟ କର୍ମଶାଳାକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।

ସେ କହିଥିଲେ ଯେ ପିଲାଙ୍କ କ୍ଷେତ୍ରରେ ହେଉଥିବା ଯୌନ ନିର୍ଯ୍ୟାତନା ଓ ଶୋଷଣକୁ ବିଲୋପ କରିବା ପାଇଁ ଆମକୁ ସମ୍ମିଳିତ ଉଦ୍ୟମ କରିବା ଉଚିତ୍‍ । ବିଶେଷ ଭାବରେ ସେ କହିଥିଲେ ଯେ ପିଲାମାନଙ୍କୁ ଅଭିଭାବକମାନେ ପ୍ରତିଦିନ କିଛିସମୟ ଦେବା ସହିତ ସେମାନଙ୍କୁ ଶୁଣିବା ଏବଂ ବିଶ୍ୱାସ କରିବା ଉଚିତ୍‍ । ଫଳରେ ବିନା ସଙ୍କୋଚରେ ତା ପ୍ରତି ହେଉଥିବା ଯୌନ ଶୋଷଣ ସଂକ୍ରାନ୍ତରେ ସେ ସହଜରେ କହିପାରିବ । ଫଳରେଏହାକୁ ବହୁମାତ୍ରାରେ ରୋକାଯାଇ ପାରିବ ।
ଏନଏସିଜିଇ ଭାକ ଇଣ୍ଡିଆର ଜାତୀୟ ଅଧ୍ୟକ୍ଷ ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦୁଇ ଦିନିଆ କର୍ମଶାଳାରେ ଅନ୍ୟତମ ଅତିଥି ଭାବେ ୱାର୍ଲଡଭିଜନ ଇଣ୍ଡିଆର ଆଡଭୋକେସି ମୁଖ୍ୟ ମିଖାଇଲ୍‍ ପ୍ରଧାନ,ଏନଏସିଜି ଇଣ୍ଡିଆ ଉତ୍ତରାଖଣ୍ଡର ଆଦିତି କାଉର ପ୍ରମୁଖ ଉଦବୋଧନ ଦେଇ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

ବିଶେଷକରି ଏହିକର୍ମଶାଳାରେ ପିଲାମାନଙ୍କ ମୁହଁରୁ ସେମାନେ ଶୁଣିବେ ଓ ପିଲାଙ୍କ ସୁପାରିଶକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତକରାଯିବ । ଏହି ରିପୋର୍ଟ ଅ।ଧାରରେ ଆଗାମୀ ଦିନରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ।
ଏନଏସିଜିିଇ ଭାକର ରାଜ୍ୟ ଆବାହକ ପ୍ରକାଶ ରଥ କର୍ମଶାଳାରେ ସ୍ୱାଗତ ଭାଷଣ ଦେଇଥିଲେ । ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଦେଇଥିଲେ । ଏଥି କର୍ମଶାଳାରେ ୧୨ଟିରାଜ୍ୟ ଯଥା ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଆସାମ, ଉତ୍ତରାଖଣ୍ଡ, ଝାଡଖଣ୍ଡ, ଗୁଜୁରାଟ, ମହାରାଷ୍ଟ୍ର, ଓଡିଶା, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିଆନାର ୬୫ଜଣ ଶିଶୁ ପ୍ରତିନିଧି ଯୋଗ ଦେଇଛନ୍ତି ।

Leave A Reply

Your email address will not be published.