Latest Odisha News

BREAKING NEWS

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମାରକୀ’ ବକୃତା

ଭୁବନେଶ୍ୱର : ସ୍ନାତକୋତ୍ତର ବାଣିଜ୍ୟ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ସୂର୍ଯ୍ୟକାନ୍ତ ଦାସ ସ୍ମୃତି ସଂସଦ ମିଳିତ ଆନୁକୁଲ୍ୟରେ ୧୯ତମ ‘ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମାରକୀ ବକୃତା’ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ଦାସ ଆମେରିକାରେ ନିଜର ଉଚ୍ଚ ଶିକ୍ଷା ସମାପ୍ତ କରି ୧୯୬୨ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ବିଭାଗର ପ୍ରତିଷ୍ଠା କରିଥିଲେ।

ରମାକାନ୍ତ ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଳପତି ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି , ଗୁରୁ ସ୍ବାମୀ ଶ୍ୟାମ ଚୈତନ୍ୟ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ନିଜର ବଳିଷ୍ଠ ବ୍ୟକ୍ତିତ୍ଵ, ସମାୟାନୁବର୍ତିତା, ଛାତ୍ରବତ୍ସଳତା ଏବଂ ସାରସ୍ଵତ ସାଧନା ପାଇଁ ଓଡ଼ିଶା ତଥା ଭାରତରେ ସୁପରିଚିତ ଥିଲେ ଏବଂ ତାଙ୍କ ଜୀବନୀ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କୁଳପତି ତାଙ୍କ ଅଭିଭାଷଣରେ କହିଥିଲେ ।

“ଅସ୍ଥିର ପୃଥିବୀରେ ସତ୍ୟତାର ଅନୁସନ୍ଧାନ: ଶ୍ରୀମଦ୍ ଭଗବତ ଗୀତା ରୁ ଶିକ୍ଷା” ଶୀର୍ଷକରେ ସ୍ମାରକୀ ବକୃତା ପ୍ରଦାନ କରି ସ୍ବାମୀ ଶ୍ୟାମ ଚୈତନ୍ୟ କହିଥିଲେ ଯେ, ଧର୍ଯ୍ୟ ଏବଂ ଏକନିଷ୍ଠ ପରିଶ୍ରମ ମଣିଷ ଜୀବନର ଆଧାର ହେବ ଜରୁରୀ । ଅନ୍ୟମାନଙ୍କ କ୍ରୁର ବ୍ୟବହାର ଯେପରି ଆମ ମନର କରୁଣାର ବାରିଧାରା କୁ ବ୍ୟାଘାତ ନ କରି, ସେଥି ପ୍ରତି ଆମକୁ ବିଶେଷ ଯତ୍ନଶୀଳ ହେବାକୁ ପଡିବ ବୋଲି ସ୍ବାମୀଜୀ ଛାତ୍ର-ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ।

ଏହି ଉତ୍ସବରେ ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରବୋଧ କୁମାର ହୋତା ସ୍ବାଗତ ଭାଷଣ ଦେବାସହ ଅତିଥି ପରିଚୟ କରିଥିବା ବେଳେ, ସ୍ମୃତି ସଂସଦର ସଭାପତି ପ୍ରଦ୍ୟୋତ୍ କେଶରୀ ପ୍ରଧାନ ସ୍ବର୍ଗତ ପ୍ରଫେସର ସୂର୍ୟକ୍ୟନ୍ତ ଦାସଙ୍କ ଜୀବନୀ ଏବଂ ବ୍ୟକ୍ତିତ୍ଵର ସ୍ମୃତିଚାରଣ କରିଥିଲେ। ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସଭାରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.