Latest Odisha News

ଉତ୍କଳ ବିଶ୍ବବିଦ୍ୟାଳୟରେ ‘ଓଡ଼ିଶାର ସାଂସ୍କୃତିକ ଐତିହ୍ୟ: ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ’ ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ୱର : ଉତ୍କଳ ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ମନ୍ମଥନାଥ ଦାଶର ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ‘ଓଡ଼ିଶାର ସାଂସ୍କୃତିକ ଐତିହ୍ୟ: ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ’ ଶୀର୍ଷକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। । ଏହି ଅବସରରେ ପ୍ରଫେସର କେ.ଏମ.ପାତ୍ର, ରଞ୍ଜିତା ଦାସ ଏବଂ ସଂଘମିତ୍ରା ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଜି କାଉନସିଲ ଅଧ୍ୟକ୍ଷ ନବନୀତା ରଥ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ନୂଆଦିଲ୍ଲୀ ଆଇସିଏଚଆର ସଦସ୍ୟ ହରିହର ପଣ୍ଡା, ଆନ୍ଧ୍ରପ୍ରଦେଶ ଆଦିକବି ନୟନା ବିଶ୍ବବିଦ୍ୟାଳୟ ଭିପୁରୀ ସୁଦର୍ଶନ,ହିମାଶୁ ଶେଖର ପଟ୍ଟନାୟକ, ଓଡ଼ିଶା ଉଚ୍ଚ ଶିକ୍ଷା ପରିଷଦ ସଦସ୍ୟ ସୁସ୍ମିତ ପାଣି ପ୍ରମୁଖ ସ୍ବର୍ଗତଃ ମନ୍ମଥନାଥ ଦାଶଙ୍କ ସ୍ମୃତି ଚାରଣ କରିବା ସହ ‘ଓଡ଼ିଶାର ସାଂସ୍କୃତିକ ଐତିହ୍ୟ: ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ’ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଐତିହ୍ୟ ସମୃଦ୍ଧ ଆମ ଓ଼ଡିଶା ସଂସ୍କୃତି ଓ ପରମ୍ପରା ସମାହାର ଓଡ଼ିଶା। ଓଡ଼ିଶା ସମୃଦ୍ଧ ସାଂସ୍କୃତି ଐତିହ୍ୟକୁ ବିଶ୍ବ ଦରବାରେ ପହଞ୍ଚାଇବା ପାଇଁ ସାମୁହିକ ଉଦ୍ୟମ ଲୋଡ଼ା। ସଂସ୍କୃତି, ଐତିହ୍ୟ ଓ ବିଭବ ବଞ୍ଚିରହିଲେ ଜାତି ଓ ସଭ୍ୟତା ବଞ୍ଚିବ। ଏହାର ସଂରକ୍ଷଣ ଓ ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଜୟନ୍ତୀ ଦୋରାଙ୍କ ସ୍ବାଗତ ଭାଷଣ ସହ ଆରମ୍ଭ ହୋଇଥିବା ଏହି ସଭାରେ ସହକାରୀ ପ୍ରଫେସର ଅଜିତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ପରିଶେଷରେ ପରେଶ୍ବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.