J&K Rajya Sabha:ଜମ୍ମୁ କାଶ୍ମୀର ରାଜ୍ୟସଭା ନିର୍ବାଚନ: ୩ ଆସନରେ ନ୍ୟାସନାଲ୍ କନଫରେନ୍ସ, ଗୋଟିଏରେ ବିଜେପି ବିଜୟୀ
ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ଚାରୋଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ନ୍ୟାସନାଲ କନଫରେନ୍ସ (ଏନସି) ପ୍ରାର୍ଥୀମାନେ ଚାରୋଟି ଆସନ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଗୋଟିଏ ଆସନରେ ବିଜେପି ବିଜୟୀ ହୋଇଛି ।
ନ୍ୟାସନାଲ୍ କନଫରେନ୍ସର ପ୍ରାର୍ଥୀ ଚୌଧୁରୀ ମହମ୍ମଦ ରମଜାନ, ସଜ୍ଜାଇ ଅହମଦ କିଚଲୁ ଓ ଗୁରବିନ୍ଦର ସିଂହ ଓବେରୟ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଚତୁର୍ଥ ଆସନରେ ବିଜେପିର ସତ ଶର୍ମାଙ୍କ ବିଜୟ ହୋଇଛି ।
ଚାରି ଆସନରେ ଶୁକ୍ରବାର ନିର୍ବାଚନ ହୋଇଥିଲା ଓ ସଂଧ୍ୟାରେ ପରିଣାମ ଘୋଷଣା ହୋଇଛି । ସକାଳେ ବିଧାନସଭା ପରିସରରେ ମତଦାନ ହୋଇଥିଲା। ୮୬ ଜଣ ବିଧାୟକ ସେମାନଙ୍କର ଭୋଟ ଦେଇଥିଲେ।
୫ ଅଗଷ୍ଟ ୨୦୧୯ରେ ଧାରା ୩୭୦ ଉଚ୍ଛେଦ ଏବଂ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ପରେ ଏହା ଜମ୍ମୁ ଏବଂ କାଶ୍ମୀରରୁ ପ୍ରଥମ ରାଜ୍ୟସଭା ନିର୍ବାଚନ।
ଜମ୍ମୁ ଓ କାଶ୍ମୀରରେ ଶେଷ ରାଜ୍ୟସଭା ନିର୍ବାଚନ ଫେବୃଆରୀ ୨୦୧୫ ରେ ଅନୁଷ୍ଠିତ ହୋଇଥିଲା, ଯାହାର ପରିଣାମ ସ୍ୱରୂପ ପିଡିପି-ବିଜେପି ମେଣ୍ଟ ସରକାର ସମୟରେ ଗୁଲାମ ନବୀ ଆଜାଦ (କଂଗ୍ରେସ), ନାଜିର ଅହମ୍ମଦ ଲାଭେ (ପିଡିପି), ସ୍ୱର୍ଗତ ଶମଶେର ସିଂହ ମନହାସ (ବିଜେପି) ଏବଂ ଫୟାଜ ଅହମ୍ମଦ ମୀର (ପିଡିପି) ନିର୍ବାଚିତ ହୋଇଥିଲେ।
Comments are closed.