Latest Odisha News

BREAKING NEWS

ଆମେରିକାର ନ୍ୟାଶନାଲ କ୍ରିକେଟ ଲିଗକୁ ବାସନ୍ଦ କଲା ଆଇସିସି

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଆମେରିକାର ନ୍ୟାଶନାଲ କ୍ରିକେଟ ଲିଗକୁ ବାସନ୍ଦ କରିଛି । ଆଇସିସି ୟୁଏସଏସିକୁ ପତ୍ର ଲେଖି ଏ ସମ୍ପର୍କରେ ସୂଚନା ଦେଇଛି । ଉକ୍ତ ପତ୍ରରେ ଚୂଡାନ୍ତ ଏକାଦଶ ଚୟନରେ ନିୟମକୁ ପାଳନ କରିବା ଆବଶ୍ୟକ ନିୟମ ପାଳନ କରାଯାଇ ନ ଥିଲା । ଟି୧୦ ଫର୍ମାଟରେ ଖେଳାଯାଉଥିବା ଏନଏଲସି ୬ରୁ୭ ବିଦେଶୀ ଖେଳାଳିଙ୍କୁ ଖେଳାଇଥିଲା । ଏନସିଏଲର ପ୍ରଥମ ସିଜନ ୪ରୁ ୧୪ ଅକ୍ଟୋବର ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ରବିନ ଉଥପ୍ପା ନେତୃତ୍ୱାଧୀନ ଚିକାଗୋ ସିସି ୪୩ ରନରେ ଆଟଲାଂଟା କିଙ୍ଗକୁ ହରାଇ ଚାମ୍ପିୟନ ହୋଇଥିଲା । ଚୂଡାନ୍ତ ଏକାଦଶରେ ଆମେରିକାର ୬ରୁ ୭ ଖେଳାଳି ରହିବା କଥା ମାତ୍ର ତାହା ପାଳନ କରାଯାଇ ନ ଥିଲା ।

ପଡିଆରେ ଡ୍ରପ ଇନ ପିଚର ବ୍ୟବହାର କରାଯାଇଥିଲା । ପିଚ ଏତେ ଖରାପ ଥିଲା ଯେ, ୱାହାବ ରିଆଜ ଓ ଟାଇମଲ ମିଲ୍ସ ସ୍ପିନ ବୋଲିଂ କରିଥିଲେ । ଅର୍ଥ ବଂଚାଇବା ପାଇଁ ଖେଳାଳିମାନଙ୍କୁ ସ୍ପୋର୍ଟ୍ସ ଭିଜା ପ୍ରଦାନ କରାଯାଇ ନ ଥିଲା । ଏହି ଲିଗରେ ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନା, ଦୀନେଶ କାର୍ତିକଙ୍କ ପରି ଖେଳାଳି ଖେଳିଥିଲେ । ଏନସିଏଲ ୱାସିମ ଆକ୍ରମ, ଭିଭିଆନ ରିଚାର୍ଡ୍ସ, ସଚିନ ତେନ୍ଦୁଲକର ଓ ସୁନୀଲ ଗାଭାସ୍କରଙ୍କ ପରି ଖେଳାଳିଙ୍କୁ ବ୍ରାଣ୍ଡ ଆମ୍ବାସଡର କରାଯାଇଥିଲା । ଅନେକଗୁଡିଏ ନିୟମ ଭାଙ୍ଗିଥିବାରୁ ଏନଏଲସି ପୂନର୍ବାର ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Comments are closed.