Latest Odisha News

BREAKING NEWS

ବସ୍‌, ଟ୍ରେନ୍ ପରେ ମେ’୨୫ରୁ ଉଡିବ ଘରୋଇ ବିମାନ

ନୂଆଦିଲ୍ଲୀ: ବସ୍‌, ଟ୍ରେନ୍ ପରେ ଦେଶରେ ଆରମ୍ଭ ହେବ ଘରୋଇ ବିମାନ ସେବା । ଆସନ୍ତା ମେ’ ୨୫ରୁ ଦେଶରେ ଆଂଶିକ ଭାବେ ଘରୋଇ ବିମାନ ସେବା ଆରମ୍ଭ ହେବ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି ।

ପ୍ରଥମିକ ପର୍ଯ୍ୟାୟରେ ଘରୋଇ ବିମାନ ଉଡାଣ ଭରିବ । ଏନେଇ ସବୁ ବିମାନ ବନ୍ଦର ଓ ବିମାନ କମ୍ପାନୀକୁ ଜଣାଇ ଦିଆଯାଇଛି । ଏଥିପାଇଁ ସମସ୍ତ ବିମାନବନ୍ଦର ଓ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ବିମାନ ଚଳାଚଳ ବେଳେ ବିମାନବନ୍ଦର ଓ ବିମାନ ଭିତରେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବାକୁ ପଡ଼ିବ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଖୁବଶୀଘ୍ର ଏସଓପି ଜାରି କରାଯିବ ବୋଲି ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.