Latest Odisha News

ଚାରି ମାସ ପରେ ପୁଅକୁ ଭେଟିଲେ ପାଣ୍ଡ୍ୟା: କହିଲେ, ନେସନାଲ ଡ୍ୟୁଟି ପରେ ଏବେ ବାପାର ଡ୍ୟୁଟି

ନୂଆଦିଲ୍ଲୀ: ପାଖାପାଖି ୪ ମାସ ପରେ ଅଷ୍ଟ୍ରେଲିଆରୁ ଫେରି ପୁଅ ଅଗସ୍ତ୍ୟକୁ ଭେଟିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ପୁଅ ସହିତ ଏକ ଫଟୋ ସେୟାର କରିଛନ୍ତି ପାଣ୍ଡ୍ୟା । ଏହି ଫଟୋରେ ସେ ପୁଅକୁ ବୋତଲରେ କ୍ଷୀର ପିଆଉଥିବା ଦେଖିବାକୁ ମିଳିଛି । ଫଟୋର କ୍ୟାପସନ୍ ରଖିଛନ୍ତି ‘ଫ୍ରମ୍ ନେସନାଲ ଡ୍ୟୁଟି ଟୁ ଫାଦର ଡ୍ୟୁଟି’ ।

ଜୁଲାଇ ୩୦ରେ ନଚ ବଲିୟେ ଫେମ୍ ନତାଶା ଓ ହାର୍ଦ୍ଦିକ ପାଣ୍ଡ୍ୟା ପୁଅ ଅଗସ୍ତ୍ୟ ଜନ୍ମ ହୋଇଛି । ଅଷ୍ଟ୍ରେଲିଆରୁ ଫେରି ଏହି ଫଟୋ ପୋଷ୍ଟ କରିବା ପରେ ଅନେକ କମେଣ୍ଟ ଆସୁଛି । କେହି କେହି ତାଙ୍କୁ ଦୁନିଆର ବେଷ୍ଟ ବାପା ବୋଲି କହିଛନ୍ତି ତ ଆଉ କିଏ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପାଣ୍ଡ୍ୟାଙ୍କ ପତ୍ନୀ ନତାଶା ଅନେକ ସମୟରେ ସୋସିଆଲ ମିଡିଆରେ ଆକ୍ଟିଭ୍ ରହିଥାନ୍ତି । ପୁଅ ଅଗସ୍ତ୍ୟ ସହ ଫଟୋ ଓ ଭିଡିଓ ମଧ୍ୟ ପୋଷ୍ଟ କରୁଛନ୍ତି । କିଛି ଦିନ ତଳେ ନତାଶା ପାଣ୍ଡ୍ୟା ଓ ପୁଅ ଅଗସ୍ତ୍ୟର ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ଦୁଇ ଜଣଙ୍କୁ ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା ।

Comments are closed.