Latest Odisha News

BREAKING NEWS

ଆଉ ଗୋଟିଏ ଦିନ ପରେ ଶେଷ ହେବ ଜାତୀୟ ହସ୍ତତନ୍ତ ମେଳା

ଭୁବନେଶ୍ୱର: ବୟନିକା ଦ୍ୱାରା ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ବିଂଶତମ ଜାତୀୟ ହସ୍ତତନ୍ତ ମେଳା, ୨୦୨୧’ ସମାପ୍ତ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା । ଆଜି ସରସ୍ୱତୀ ପୂଜା ପାଇଁ ସରକାରୀ ଛୁଟି ଥିବାରୁ ମେଳାରେ ଗ୍ରାହକଙ୍କ ଉପସ୍ଥିତି ସହ ଭଲ ବ୍ୟବସାୟ ହେବ ବୋଲି ଆଶା କରାଯାଉଛି । ବୁଧବାର ଅର୍ଥାତ୍‌

ତା.୧୭/୦୨/୨୦୨୧ରିଖ ହେଉଛି, ମେଳାର ଶେଷ ଦିବସ । ୨୦ ଜାନୁଆରୀରୁ ଆରମ୍ଭ ହୋଇଥିବା ଏହି ମେଳାରେ ଅଦ୍ୟାବଧି ୮ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡିଛି।

କେବଳ ବୟନିକା ଷ୍ଟଲ୍‌ରେ ଏକ କୋଟି ୪୦ ଲକ୍ଷ ଟଙ୍କା ବ୍ୟବସାୟ ହୋଇଛି । ଆଶା, ବୟନିକା ମେଳା ଶେଷସୁଦ୍ଧା ଏକ କୋଟି ପଚାଶ ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ କରିବ।

ବୟନିକା ପରି ତାମିଲନାଡ଼ୁର ‘କୋପ୍‌ଟେକ୍ସ’, ଆନ୍ଧ୍ରପ୍ରଦେଶର ‘ଆପ୍‌କୋ’, ମଧ୍ୟପ୍ରଦେଶର ‘ମୃଗନୟନୀ’ ଆଦି ମଧ୍ୟ ଭଲ ବ୍ୟବସାୟ କରି ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି।

ଚଳିତ ବର୍ଷ ମେଳାର ପରିପାଟି ଓ ସାଜସଜ୍ଜା ବହୁତ ସୁନ୍ଦର ହୋଇଛି ବୋଲି ଅଧିକାଂଶ ଗ୍ରାହକ ମତ ପ୍ରକାଶ କରିଛନ୍ତି ।

ମେଳାର ସମ୍ମିଳନୀ କକ୍ଷରେ ବୁଣାକାରଙ୍କ ପାଇଁ ଏକ ରାଜ୍ୟସ୍ତରୀୟ ସଚେତନତା ଶିବିର, ବିକ୍ରୟ ସହକାରୀଙ୍କ ପାଇଁ କାପାସିଟି ବିଲଡିଂ କର୍ମଶାଳାମାନ ଆୟୋଜିତ ହୋଇଯାଇଛି, ଯାହା ସେମାନଙ୍କ ଜ୍ଞାନବର୍ଦ୍ଧନରେ ସହାୟକ ହେବ ।

Leave A Reply

Your email address will not be published.