Latest Odisha News

BREAKING NEWS

୧୪ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦଯାପିତ

ଭୁବନେଶ୍ୱର : ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଆୟୋଜିତ  ୧୪ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦଯାପିତ ହୋଇଯାଇଛି। ଗତ ତିନି ଦଶନ୍ଧି ଧରି ତ୍ରିଧାରା ଅନୁଷ୍ଠାନ ବିଶ୍ୱର ପ୍ରତ୍ୟେକ କୋଣରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଗୁରୁ ଦେବପ୍ରସାଦ ଦାସଙ୍କ ପରମ୍ପରାକୁ ବଜାୟ ରଖିବାର ପ୍ରୟାସ କରିଆସିଛି।

ଏହି ବର୍ଷ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଅବଦାନ ପାଇଁ ଗୁରୁ ଡ.ମନୋଜ କୁମାର ବେହେରା , ଗୁରୁ ପ୍ରତିଭା ପଣ୍ଡା, ଗୁରୁ ବିନୋଦ ଚନ୍ଦ୍ର ସାହୁ ଏବଂ ଗୁରୁ ପାଲୋମି ମଣ୍ଡଳଙ୍କୁ ଗୁରୁ ଦେବପ୍ରସାଦ ପ୍ରତୀକ ପୁରସ୍କାର ପ୍ରଦାନ କରା ଯାଇଥିଲା।

ଏହି ଉତ୍ସବର ଅନ୍ତିମ ସନ୍ଧ୍ୟାରେ ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି ଭୀମ ଭୋଇଙ୍କ କବିତା ଉପରେ ଆଧାରିତ ଏକକ ନୃତ୍ୟ ପରିବେଷଣ କରିଥିଲେ।ପରବର୍ତ୍ତୀ କାର୍ଯ୍ୟକ୍ରମରେ ବିଦୁଶୀ ଗୋପିକା ବର୍ମାଙ୍କ ଦ୍ୱାରା ଭଜନ ପରିବେଷଣ ଏବଂ ଗୁରୁ ଘନକାନ୍ତ ବୋରା ଓ ଡ. ଅନ୍ୱେଷା ମହନ୍ତଙ୍କ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ଶେଷ ସନ୍ଧ୍ୟାରେ ଶ୍ରୋତା ଓ ଦର୍ଶକଙ୍କୁ ବାନ୍ଧି ରଖିଥିଲା।

ସାଂସଦ ଅଚ୍ୟୁତ ସାମନ୍ତ , ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ , ଦେବୀ ପ୍ରସାଦ ମିଶ୍ର , ବିଷ୍ଣୁପଦ ସେଠୀ , ଡ଼ . ପ୍ରିୟମ୍ବଦା ମହାନ୍ତି ହେଜମାଦି , ସୀମାଞ୍ଚଳ ପଣ୍ଡା , ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା ଏବଂ ଡ଼. ମୃତ୍ୟୁଞ୍ଜୟ ରଥ ପ୍ରମୁଖ ଉଦଯାପନୀ ସନ୍ଧ୍ୟାରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.