Latest Odisha News

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୩୫୩

ନୂଆପଡ଼ା: ଦେଶ ର ଅର୍ଥନୈତିକ ସ୍ଥିତିକୁ ସଦୃଢ କରିବାରେ ଜାତୀୟ ରାଜପଥ ଗୁଡ଼ିକର ବିଶେଷ ମହତ୍ତ୍ଵ ରହିଥାଏ । ଗୋଟିଏ ରାଜ୍ୟ ରୁ ଅନ୍ୟ ରାଜ୍ୟକୁ ସିଧାସଳଖ ଗମନାଗମନ ପାଇଁ ଜାତୀୟ ରାଜପଥ ବିଶେଷ ଭାବରେ କାମରେ ଆସିଥାଏ । ସେଥିପାଇଁ କେନ୍ଦ୍ରସରକାର ଜାତୀୟ ରାଜପଥ ଗୁଡ଼ିକର ଉନ୍ନତି କରଣ ସହ ତାର ରକ୍ଷଣା ବେକ୍ଷଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି । ହେଲେ ସ୍ଥାନୀୟ ବିଭାଗୀୟ ଅଧିକାରୀ ଓ ରାଜନେତା ମାନଙ୍କ ଆନ୍ତରିକତାର ଅଭାବ ଯୋଗୁଁ ରାଜପଥ ଗୁଡ଼ିକ ମରାମତି ନହୋଇ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ନୂଆପଡା ଜିଲାର ଲାଇଫ ଲାଇନ କୁହାଯାଉଥିବା ନୂଆପଡା-ଖଡିଆଳ ୩୫୩ ନମ୍ବର ଜାତୀୟ ରାଜପଥର ନାଁ ହେଉଛି ମରାମତି ଆଉ ନାଁ ହୋଇ ପାରୁଛି ଡିଭାଇଡର ।

ଖଡ଼ିଆଳ ସହର ମଧ୍ୟ ଦେଇ ଯାଉଥିବା ୩୫୩ ଜାତୀୟ ରାଜପଥ ରାସ୍ତାରେ ଥିବା ଖାଲଖମା ଅନେକ ଜୀବନ ନେଇ ସାରିଥିବା ବେଳେ ପ୍ରତ୍ୟେକ ମୂହୁର୍ତ୍ତରେ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି । ବର୍ଷବର୍ଷ ଧରି ଏହାର ସମ୍ପ୍ରସାରଣ ହୋଇ ପାରୁନାହିଁ । ଖାଲି ଏତିକି ନୁହେଁ ରାସ୍ତା ମଝିରେ ନିର୍ମିତ ଡିଭାଇଡର୍ କିଛି ସିମେଣ୍ଟ କାମ କରି ମଝି ରେ ମାଟି ପକାଇ ଦେଇଥିବାରୁ ପ୍ରବଳ ଧୂଳି ହେଉଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେଉଛି ।

ବିଭିନ୍ନ ସହରରେ ଡିଭାଇଡର୍ ଗୁଡ଼ିକୁ ସଜାଯାଇ ତାର ସୋନ୍ଦର୍ଯ୍ୟ କରଣ କରାଯାଉଥିଲେ ହେଁ ଖଡ଼ିଆଳ ପ୍ରତି ଜାତୀୟରାଜପଥ ବିଭାଗ, ଜିଲ୍ଲା ପ୍ରଶାସନ ଏପରିକି ସ୍ଥାନୀୟ ଏନଏସି ମଧ୍ଯ ଧ୍ୟାନ ଦେଉନି। ଏହାକୁ ନେଇ ବାରମ୍ଵାର ଅଭିଯୋଗ ହେଲେ ହେଁ କେହି କର୍ଣ୍ଣପାତ କରୁନଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରି କହିଛନ୍ତି । ସେପଟେ ଏହାକୁ ନେଇ ଖଡ଼ିଆଳ ସଚେତନ ନାଗରିକ ମଞ୍ଚ ବାରମ୍ଵାର ରାଜପଥ ବିଭାଗ ସହ ଜିଲ୍ଲା ପ୍ରଶାସନ କୁ ଅଭିଯୋଗ କରିଥିଲେ ହେଁ କିଏ କର୍ଣ୍ଣପାତ କରୁନଥିବା କହିଛନ୍ତି ଖଡିଆଳବାସି ।

Leave A Reply

Your email address will not be published.