Latest Odisha News

ଡ୍ରେନରେ ପଡି ମୃତ୍ୟୁବରଣ କରିଥିବା ଛାତ୍ରଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଡ୍ରେନରେ ପଡି ମୃତ୍ୟୁବରଣ କରିଥିଲେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରା । ବିଏମସିର ଦାଇତ୍ୱହୀନତା ପାଇଁ ଏଭଳି ଘଟଣା ଘଟିଥିବାର ଜାତୀୟ ମାନବାଧିକାର କମିଶନ କହିଛନ୍ତି । ଏହା ସହ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି  ।

ଏହି ଘଟଣା ଗତବର୍ଷ ପ୍ରବଳ ବର୍ଷା ସମୟରେ ଭୁବନେଶ୍ୱରରେ ଡ୍ରେନରେ ପଡି ମୃତ୍ୟୁବରଣ କରିଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାକୁ ୪ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନ ଗତକାଲି ତାଙ୍କ ରାୟ ସହ ନିର୍ଦ୍ଦେଶ ଦେଇଛନ୍ତି  ।  ଗତବର୍ଷ ସେପ୍ଟେମ୍ବର ୧୯ ତାରିଖ ଦିନ ଜ୍ୟୋତିପ୍ରକାଶ ବେହେରା ଟ୍ୟୁସନକୁ ସାଇକେଲ ନେଇ ଯାଉଥିବା ସମୟରେ ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ ଥିବା ମୁକୁଳା ଡ୍ରେନରେ ପଡି ଭୀଷଣ ବର୍ଷ । ଜନିତ ପ୍ରବଳ ପାଣିର ସ୍ରୋତରେ ଭାସି ଯାଇ ମୃତ୍ୟୁ ବରଣ କରିଥିଲେ । ମୃତ ଜ୍ୟୋତିପ୍ରକାଶ ପରିବାରର ଏକ ମାତ୍ର ପୁତ୍ର ଥିଲେ  ।

ଏହି ମାମଲାକୁ ଜାତୀୟ ମାନବାଧିକାର କମିଶନଙ୍କ କୋର ଗ୍ରୁପ ସଦସ୍ୟ ମନୋଜ ଜେନା କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟ ପାଇଁ ଆବେଦନ କରିଥିଲେ । ମାନବାଧିକାର  କମିଶନ ଏହି ମାମଲାର ସବିଶେଷ ତଥ୍ୟ ଦୁଇ ସପ୍ତାହରେ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏନ.ଜି. ଟି ର ଗାଇଡ଼ ଲାଇନ ଅନୁଯାଇ ଡ୍ରେନ ଗୁଡିକ ଖୋଲା ରଖା ଯାଇ ପାରିବ ନାହିଁ  । ଯେହେତୁ ଭୁବନେଶ୍ୱର ମହାନଗର ନିଗମ ତାଙ୍କର ଦାୟିତ୍ୱ ଠିକ ଭାବରେ ତୁଲାଇ ନାହାନ୍ତି ତେଣୁ ତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ତୁରନ୍ତ ପ୍ରଦାନ ପାଇଁ  ଦେଇଛନ୍ତି  । ତା ସହିତ ଆଗକୁ ଏପରି ଘଟଣା ନ ଘଟିବା ପାଇଁ ସବୁ ମୁକୁଳା ଡ୍ରେନକୁ ସ୍ଲାବ ପକାଇ ତୁରନ୍ତ ଘୋଡାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି  ।

Leave A Reply

Your email address will not be published.