ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ ଆୟୋଜିତ ହେଉଛି । ରବିବାର ଓଡିଶାର ଉଦୀୟମାନ ଜାଭେଲିନ ଥ୍ରୋୟର କୁନୀ ରାଜଗୋନ୍ଦ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି । ସେ ୧୪ ବର୍ଷରୁ କମ ବାଳିକା ବିଭାଗରେ ରୌପ୍ୟ ପଦକ ଜିତିଛନ୍ତି । ନବରଙ୍ଗପୁରର ୧୩ ବର୍ଷୀୟା କୁନୀ ବର୍ଷକ ତଳେ ଏଠାରେ ଅନୁଷ୍ଠିତ ପୂର୍ବାଂଚଳ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ ମଧ୍ୟ ରୌପ୍ୟ ପଦକ ଜିିତି ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଶନିବାର ହରିୟାଣାର ହିମାଂଶୁ ଜାଭେଲିନ ଥ୍ରୋରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ ।
୧୮ ବର୍ଷରୁ କମ ବାଳକ ବିଭାଗରେ ସେ ୭୯.୯୬ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ଅଲିମ୍ପିକ ପଦକ ବିଜେତା ନୀରଜ ଚୋପ୍ରାଙ୍କ ରେକର୍ଡ ଭଙ୍ଗ କରିଥିଲେ । କୁନୀ ଆଗାମୀ ଦିନରେ ରାଜ୍ୟ ଓ ତଥା ଦେଶ ପାଇଁ ନାମ କମାଇବେ ବୋଲି ଆଶା ବ୍ୟକ୍ତ କରାଯାଇଛି ।
Comments are closed.