ଭଦ୍ରକ:ଭଦ୍ରକ ଟାଉନ ଥାନାର ASI ସୁଶାନ୍ତ ନାୟକ ନିଲମ୍ବିତ। ଆଜି ଭଦ୍ରକ ଏସ୍ପି ମନୋଜ ରାଉତ ସୁଶାନ୍ତ ନାୟକଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରିଛନ୍ତି ।
ସେ ଟାଉନ ଥାନାରେ ପ୍ରାୟ ୨ବର୍ଷ ହେଲା କାର୍ଯ୍ୟ କରୁଥିଲେ । ପୋଲିସ ସେବା ଓ କାର୍ଯ୍ୟକୁ ସେ ଠିକ ଭାବରେ ସମ୍ପାଦନ କରୁ ନ ଥିବାରୁ ଟାଉନ ଥାନା ଅଧିକାରୀ ତାଙ୍କୁ ବିଭିନ୍ନ ସମୟରେ ତାଗିଦ ମଧ୍ୟ କରିଥିଲେ । ଶେଷରେ ଭଦ୍ରକ ଏସପି ମନୋଜ ରାଉତ ତାଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବନ କରିଥିବା ଭଦ୍ରକ ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ନିକଟରେ ଭଦ୍ରକ ଗ୍ରାମାଞ୍ଚଳ ଥାନାର ସବ୍ ଇନ୍ସପେକ୍ଟର କାର୍ତ୍ତିକ ଜେନା ନିଲମ୍ବିତ ହୋଇଥିଲେ।
Comments are closed.