ଭୁବନେଶ୍ବର: ଚିକମିକ ଆଲୋକମାଳାରେ ଝଲସୁଛି ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡିଆ । ସନ୍ଧ୍ୟାରେ ଲାଗୁଛି ପ୍ରବଳ ଲୋକଙ୍କ ଗହଳି । ବିଭିନ୍ନ ରାଜ୍ୟରୁ ଆସିଥିବା ଘର କରଣା ସାମଗ୍ରୀ ସାଙ୍ଗକୁ ପାରମ୍ପରିକ ଖାଦ୍ୟ ଓ ଦୋଳିର ମଜା ଉଠାଉଛନ୍ତି ଲୋକ । ଗୋଟିଏ ସ୍ଥାନରେ ଲୋକଙ୍କୁ ମିଳିପାରୁଛି ବିଭିନ୍ନ ରାଜ୍ୟର ପ୍ରସିଦ୍ଧି ଜିନିଷ । କେଉଁଠି ଓଡିଶାର ବାନ୍ଧକଳା ଲୋକଙ୍କ ମନ କିଣୁଛି ତ ଆଉ କେଉଁଠି ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ , ଜାମ୍ମୁ କାଶ୍ମୀରର ପଶ୍ମିନା ସାଲ , ତାମିଲନାଡୁର କାଞ୍ଜିବରମ୍ ପାଟଶାଢୀ , ଦିଲ୍ଲୀ ହରିୟାଣାର ଫର୍ନିସିଙ୍ଗ୍ ବସ୍ତ୍ର ଆଦି ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି । ହଁ ଆଜ୍ଞା ଥରେ ବୁଲି ଆସନ୍ତୁ ପ୍ରଦର୍ଶନୀ ପଡିଆ । ଯେଉଁଠି ଓଡିଶା ସରକାରଙ୍କ ଆନୁକୁଲ୍ୟରେ ବୟନିକା ଦ୍ବାରା ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡିଆ ଠାରେ ୨୦ତମ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାର ଆୟୋଜିତ ହୋଇଛି । ଏହା ୧୧ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଆମ ଦେଶ ଭାରତର ସମସ୍ତ ବୟନ କଳାକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରିବା ତଥା ଏହାର ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ବରାନ୍ବିତ କରିବା ଲାଗି ସରକାର ସର୍ବଦା ପ୍ରୟାସ ଜାରି ରଖିଛନ୍ତି । ଗତକାଲି ଡଃ ଅରବିନ୍ଦ ପାଢୀ ସନ୍ଧ୍ୟା ୭ଟାରେ ଏହି ମେଳାକୁ ଉଦଘାଟନ କରିଥିଲେ । ଏହି ମେଳାରେ ଖୋଲାଯାଇଛି ୧୭୦ଟି ଷ୍ଟଲ । ଉତ୍ତରପ୍ରଦେଶ, ଜାମ୍ମୁକାଶ୍ମୀର, ରାଜସ୍ଥାନ , ମଧ୍ୟପ୍ରଦେଶ, ମହାରାଷ୍ଟ୍ର , ପଶ୍ଚିମବଙ୍ଗ, ବିହାର , ଆନ୍ଧ୍ର ପ୍ରଦେଶ , ତାମିଲନାଡୁ , କର୍ଣ୍ଣାଟକ ଏବଂ ଓଡିଶାର ବିଭିନ୍ନ ସଂସ୍ଥ୍ୟା ଏହି ମେଳାରେ ସାମିଲ ହୋଇଛନ୍ତି । ଓଡିଶାର ବାନ୍ଧ ବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ , ଜାମ୍ମୁ କାଶ୍ମୀରର ପଶ୍ମିନା ସାଲ , ତାମିଲନାଡୁର କାଞ୍ଜିବରମ୍ ପାଟଶାଢୀ , ଦିଲ୍ଲୀ ହରିୟାଣାର ଫର୍ନିସିଙ୍ଗ୍ ବସ୍ତ୍ର ଆଦି ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି । କେବଳ ହସ୍ତତନ୍ତ ନୁହେଁ ପାରମ୍ବରିକ ଖାଦ୍ୟ ଓ ପିଲା ମାନଙ୍କ ମନୋରଞ୍ଜନ ପାଇଁ ଖେଳକୁଦର ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ସନ୍ଧ୍ୟାରେ ଲୋକଙ୍କ ଗହଳି ଜମିବା ସହ ଭଲ ଦୁଇ ପଇସା ରୋଜଗାରର ଆଶା ରଖିଛନ୍ତି ବ୍ୟବସାୟୀ ।
Comments are closed.