Latest Odisha News

BREAKING NEWS

ମଙ୍ଗୁ ମଠର ସ୍ଥିତି ଅନୁଧ୍ୟାନ କଲେ ଜାତୀୟ ସଂଖ୍ୟାଲଘୁ କମିଶନ

ପୁରୀ: ପୁରୀରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧ୍ୟକ୍ଷ । ମଙ୍ଗୁ ମଠ ପ୍ରସଙ୍ଗରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧକ୍ଷ ସର୍ଦ୍ଦାର ଇକବାଲ ସିଂ ଲାଲପୁରାଙ୍କ ସହ ଆଜି ଜିଲ୍ଲା ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୁରୁଦ୍ୱାର କମିଟିର ୧୦ ଜଣିଆ ପ୍ରତିନିଧିମଣ୍ଡଳୀ ଜିଲ୍ଲା ପ୍ରଶାସନ ସହ ମଠ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପରେ ସେମାନେ ମଙ୍ଗୁମଠ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜାତୀୟ ସଂଖ୍ୟାଲଘୁ କମିଶନ ଅଧକ୍ଷଙ୍କ ସହ ଆସିଥିବା ପ୍ରତିନିଧିମଣ୍ଡଳୀ ମଙ୍ଗୁମଠ ଯାଇ ଚାଲିଥିବା କାମର ତଦାରଖ କରିଥିଲେ ।

BjdElectrycity

ଏହି ଅବସରରେ କମିଶନ ଅଧ୍ୟକ୍ଷ ସର୍ଦ୍ଦାର ଇକବାଲ ସିଂ ଲାଲପୁରା ମଠର ବିକାଶ କାର୍ଯ୍ୟ ତଦାରଖ କରିବା ସହ ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା ଉନ୍ନତିକରଣ କାର୍ଯ୍ୟ ଓ ମଠ ଗୁଡିକର ପୁନଃରୁଦ୍ଧାର କାର୍ଯ୍ୟ କୁ ପ୍ରଶଂସା କରିଥିଲେ ।

ତେବେ ଅତୀତରେ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନ୍ ରୁ ଉଚ୍ଛେଦ ହୋଇଥିବା ୧୮ ଟି ମଠ ରୁ ମଙ୍ଗୁ ମଠ ସର୍ବାଧିକ ବିବାଦୀୟ ହୋଇଥିଲା । ମଙ୍ଗୁ ମଠ ସମ୍ମୁଖରେ ଶିଖ୍ ସଂପ୍ରଦାୟ ଗୁରୁ ନାନକ ଆରତୀ କରିଥିଲେ । ସେଥିପାଇଁ ମଙ୍ଗୁ ମଠ ଉଚ୍ଛେଦ ସମୟରେ ଶିଖ୍ ସଂପ୍ରଦାୟର ଲୋକମାନେ ବିରୋଧ କରିବା ସହ ତତ୍କାଳୀନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦେର ସିଂହ ମଠର ସଂରକ୍ଷଣ ନେଇ ୨୦୧୯ ମସିହାରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ ଯୋଗେ ଚିଠି ଲେଖିଥିଲେ । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗୁ ମଠର ଗାଦିଘର, ବିଜେସ୍ଥଳୀ ଅକ୍ଷୁର୍ଣ୍ଣ ରଖାଯିବା ସହ ନବୀକରଣ କରାଯାଉଥିବା ନେଇ ସୂଚନା ଦିଆଯାଇଥିଲା ।

Leave A Reply

Your email address will not be published.