Latest Odisha News

BREAKING NEWS

ଫ୍ରିରେ ମିଳୁଥିବା ଏହି ପତ୍ର ବଢ଼ାଇ ଦେବ ରକ୍ତ, ଗୋଟିଏ ସପ୍ତାହରେ ରେଜଲ୍ଟ

ଭୁବନେଶ୍ୱର: ପ୍ରତିବର୍ଷ ୧ ରୁ ୭ ସେପ୍ଟେମ୍ବର ଯାଏ ରାଷ୍ଟ୍ରୀୟ ପୋଷଣ ସପ୍ତାହ ମନାଯାଏ। ଏହି ସପ୍ତାହକୁ ମନାଇବାର ଉଦ୍ଦେଶ୍ୟ ଲୋକମାନଙ୍କୁ ପୋଷକ ତତ୍ତ୍ୱଗୁଡ଼ିକୁ ଖାଦ୍ୟର ଅଂଶ ଭାବେ ସାମିଲ କରିବାକୁ ପ୍ରୋତ୍ସାହିତ କରିବା ଏବଂ ଖାଦ୍ୟରେ ପୋଷଣ କିପରି ବଢ଼ାଯାଇପାରେ ତାହା ବିଷୟରେ ଜଣାଇବା। ଖାଦ୍ୟ ସେତେବେଳେ ସନ୍ତୁଳିତ ହୋଇଥାଏ, ଯେତେବେଳେ ତାର ସମସ୍ତ ପ୍ରକାରର ପୋଷକ ତତ୍ତ୍ୱ ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ। ଯଦି ଶରୀରକୁ ପର୍ଯ୍ୟାପ୍ତ ପୋଷଣ ମିଳେ ନାହିଁ, ତେବେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ରହିବାର ସମ୍ଭାବନା ବଢ଼ିଯାଏ। ଏପରି ଏକ ହିମୋଗ୍ଲୋବିନ (Hemoglobin) କମ୍ ହେବା । ଏହା ଦ୍ୱାରା ବ୍ୟକ୍ତିଙ୍କୁ ମୁଣ୍ଡ ବିଲାଇବା, ଶରୀରରେ ଥକାପଣ, ଶ୍ୱାସ ଫୁଲିଯାଏ, ମସଲ୍ସ କମଜୋର ହୋଇଯାଏ, ବାରମ୍ବାର ମୁଣ୍ଡ ବ୍ୟଥା ହୋଇଥାଏ। ଏପରି ସ୍ଥିତିରେ ହୀମୋଗ୍ଲୋବିନ ବଢ଼ାଇବାକୁ ପଡ଼ିଥାଏ ।

 ହିମୋଗ୍ଲୋବିନ ବଢ଼ାଇବାକୁ ଖାନ୍ତୁ ଏହି ପତ୍ର

ହିମୋଗ୍ଲୋବିନ ବଢ଼ାଇବାକୁ, ପ୍ଲେଟଲେଟ୍ସ ବଢ଼ାଇବାକୁ ଆପଣଙ୍କୁ ତୁଳସୀର ପତ୍ର, ଅମୃତଭଣ୍ଡା ପତ୍ର (Papaya Leaves) ଏବଂ ଗିଲୋଇର ଆବଶ୍ୟକତା ହୋଇଥାଏ। ଏହି ତିନୋଟି ଜିନିଷ ସହଜରେ ମିଳିଥାଏ। ଏହି ଗଛଗୁଡ଼ିକ ଘର ନିକଟରେ ହିଁ ମିଳିଥାଏ ଏବଂ ସାଧାରଣତଃ ଏହାକୁ କିଣିବାକୁ ପଡ଼ିନଥାଏ। ତୁଳସୀର କେତେକ ପତ୍ର ଏବଂ ଅମୃତଭଣ୍ଡା ପତ୍ର ପାଣିରେ ମିଶାଇ ଏଥିରେ ବ୍ଲାକ ସଲ୍ଡ ମିଶାଇ ରଖନ୍ତୁ। କିଛି ସମୟ ପରେ ଏହାକୁ ଛାଣି ଗ୍ଲାସରେ ନିଅନ୍ତୁ। ଏକ ଗ୍ଲାସ ଏହି ପତ୍ରର ପାଣି ପିଇଲେ ଲୋ ହିମୋଗ୍ଲୋବିନ (Low Hemoglobin) ବଢ଼ିବ।

ଏହି ପତ୍ରଗୁଡ଼ିକ କାହିଁକି ଲାଭଦାୟକ?

  • ଅମୃତଭଣ୍ଡା ପତ୍ରରେ ହେଲ୍ଦି ଏଞ୍ଜାଇମ୍ସ ରହିଥାଏ ଯାହା ପ୍ଲେଟଲେଟ କାଉଣ୍ଟ (Platelet Count) ବଢ଼ାଇଥାଏ ଏବଂ ହିମୋଗ୍ଲୋବିନ ସିନ୍ଥେସିସ୍କୁ ସପୋର୍ଟ କରିଥାଏ।
  • ତୁଳସୀର ପତ୍ର ଏଣ୍ଟି-ଅକ୍ସିଡେଣ୍ଟ୍ସର ପାୱାରହାଉସ୍ ହୋଇଥାଏ। ଏହା ବ୍ଲଡ ଫର୍ମେସନ୍ କୁ ଉନ୍ନତ କରିଥାଏ, ଇମ୍ୟୁନିଟି ବଢ଼ାଇଥାଏ ।
  • ନ୍ୟୁଟ୍ରିଶନିଷ୍ଟଙ୍କ ଅନୁସାରେ, ଗିଲୋଇ (Giloy) କୁ ଆୟୁର୍ବେଦରେ ଅମୃତ କୁହାଯାଏ। ଏହା ରକ୍ତକୁ ଶୁଦ୍ଧ କରିବାରେ ଏବଂ ପ୍ଲେଟଲେଟ୍ସ ବଢ଼ାଇବାରେ ସାହାଯ୍ୟ କରିଥାଏ।

 

Comments are closed.