ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଆଜି ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏହି ବୈଠକ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଏବଂ ବୈଠକରେ ସେ ସମସ୍ତଙ୍କୁ ଅପରେସନ ସିନ୍ଦୂର ବିଷୟରେ ସୂଚନା ଦେଇଥିଲେ। ବିରୋଧୀ ଦଳ ସର୍ବସମ୍ମତ ଭାବରେ ଆତଙ୍କବାଦ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଥିଲେ। ବିରୋଧୀ ଦଳ ଏହି କାର୍ଯ୍ୟ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ସେମାନେ ଏହି ପ୍ରସଙ୍ଗରେ ସରକାରଙ୍କ ସହିତ ଅଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ‘ଅପରେସନ୍ ସିନ୍ଦୂର’ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ , ଏହା ଜାରି ରହିଛି। ଏହି କାରଣରୁ, ଏହା ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରାଯାଇପାରିବ ନାହିଁ। ଅପରେସନ ସିନ୍ଦୂରରେ ୧୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି ।
ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନିଜେ ଉପସ୍ଥିତ ନଥିଲେ,କିନ୍ତୁ ସେ ବାର୍ତ୍ତା ଦେଇଥିଲେ ଯେ ଆମେ ସମସ୍ତେ ମିଶି ଏହି ପରିସ୍ଥିତିର ସାମ୍ନା କରିବା।
ସର୍ବଦଳୀୟ ବୈଠକ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା। ସର୍ବଦଳୀୟ ବୈଠକ ପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ‘ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବହୁତ ଭଲ ଭାବରେ ଅନୁଷ୍ଠିତ ହୋଇଥିଲା। ଏହା ଏକ ଗମ୍ଭୀର ପ୍ରସଙ୍ଗ । ତେଣୁ ସମସ୍ତ ନେତା ଗମ୍ଭୀରତାର ସହିତ ସେମାନଙ୍କର ମତାମତ ରଖିଛନ୍ତି। ଅପରେସନ ସିନ୍ଦୂର ଜାରି ରହିଛି । ସର୍ବପ୍ରଥମେ, ପ୍ରତିରକ୍ଷା ମନ୍ତ୍ରୀ ସମସ୍ତ ନେତାଙ୍କୁ ଅପରେସନ ସିନ୍ଦୂର ବିଷୟରେ ସୂଚନା ଦେଇଥିଲେ ଏବଂ ଏବେର ପରିସ୍ଥିତି ବିଷୟରେ ସୂଚନା ଦେଇଥିଲେ। ଏହା ପରେ ସମସ୍ତେ ନିଜ ନିଜର ମତାମତ ପ୍ରକାଶ କଲେ ଏବଂ ପରାମର୍ଶ ମଧ୍ୟ ଦେଲେ। ସମସ୍ତ ନେତା ମଧ୍ୟ ସେନାବାହିନୀକୁ ଅଭିନନ୍ଦନ ଜଣାଇଥିଲେ। ସମସ୍ତେ କହିଲେ ଯେ ଆମେ ଏକଜୁଟ ଅଛୁ ଓ ସରକାରଙ୍କୁ ସମର୍ଥନ କରିବୁ । ପ୍ରତ୍ୟେକ କାର୍ଯ୍ୟରେ ସେନାକୁ ସମର୍ଥନ କରିବୁ । ମୁଁ ସମସ୍ତ ନେତାଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଏହା ଏକ ସକାରାତ୍ମକ ବୈଠକ ଥିଲା।
ସର୍ବଦଳୀୟ ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଥିଲେ ଯେ, ଏହି ସଙ୍କଟର ଘଡ଼ିରେ ଆମେ ସରକାରଙ୍କ ସହିତ ଅଛୁ। ପ୍ରତିରକ୍ଷା ମନ୍ତ୍ରୀ ନେତାମାନଙ୍କୁ କହିଥିଲେ ଏହି ଅଭିଯାନ ଚାଲୁ ରହିଛି ଏବଂ ତେଣୁ ସେ ବୈଷୟିକ ବିବରଣୀ ଦେଇପାରିବେ ନାହିଁ।
#WATCH | On all-party meeting, Congress MP & LoP Rajya Sabha Mallikarjun Kharge says, "In the meeting, we heard what they (Centre) had to say. They also said that certain confidential information cannot be shared outside. We told them that we all are with the government. " pic.twitter.com/cMqU31RgmA
— ANI (@ANI) May 8, 2025
ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଆମେ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛୁ। କିଛି ଜିନିଷ ସାର୍ବଜନୀନ ଭାବରେ ସେୟାର କରାଯାଇପାରିବ ନାହିଁ। ସମସ୍ତେ ସରକାରଙ୍କୁ ସମର୍ଥନ କରିଛନ୍ତି।
ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓବେସୀ କହିଛନ୍ତି ଯେ, ମୁଁ ଆମର ସଶସ୍ତ୍ର ବାହିନୀ ଏବଂ ସରକାରଙ୍କୁ ଅପରେସନ ସିନ୍ଦୁର ପାଇଁ ପ୍ରଶଂସା କରିଛି । ମୁଁ ଏହା ମଧ୍ୟ ପରାମର୍ଶ ଦେଇଛି ଯେ ଆମେ TRF(The Resistance Front) ବିରୁଦ୍ଧରେ ଏକ ଅନ୍ତର୍ଜାତୀୟ ଅଭିଯାନ ଆରମ୍ଭ କରିବା ଉଚିତ, ଆମେ FATF(The Financial Action Task Force)ରେ ପାକିସ୍ତାନକୁ ଗ୍ରେ-ଲିଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିବା ଉଚିତ।
#WATCH | Delhi | After the all-party meeting, AIMIM chief Asaduddin Owaisi says, "The government has a golden opportunity in Kashmir to confront Pakistan and adopt Kashmiris. Those who have lost their lives in Poonch should be declared terrorist victims, and the government should… pic.twitter.com/LplctIj4LU
— ANI (@ANI) May 8, 2025
ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, “ବିଜେଡି ଏବଂ ଆମର ସଭାପତି ନବୀନ ପଟ୍ଟନାୟକଙ୍କ ପକ୍ଷରୁ, ଆମେ ଏହି ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକ ଡାକିବା ପାଇଁ ସରକାରଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛୁ। ଅପରେସନ ସିନ୍ଦୂର ପରିଚାଳନାରେ ଆମ ସଶସ୍ତ୍ର ବାହିନୀର ଅସାଧାରଣ ସାହସକୁ ବିଜେଡି ହୃଦୟରୁ ପ୍ରଶଂସା କରୁଛି। ଆମ ଦେଶର ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ଏବଂ ଆତଙ୍କବାଦରୁ ଆମର ନାଗରିକଙ୍କ ଜୀବନକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାରେ ଆମର ସଶସ୍ତ୍ର ବାହିନୀକୁ ଦୃଢ଼ ସମର୍ଥନ କରୁଛି।”
#WATCH | Delhi | After the all-party meeting, BJD MP Sasmit Patra says, "On behalf of BJD and our President Naveen Patnaik, we extend our sincere gratitude to the government for convening this critical all-party meeting. The BJD wholeheartedly commends the extraordinary courage,… pic.twitter.com/cHU7g9RobO
— ANI (@ANI) May 8, 2025
Comments are closed.