Latest Odisha News

BREAKING NEWS

ଜାତୀୟ ପ୍ରେସ ଦିବସ: ସଂକ୍ଷେପରେ ଜାଣନ୍ତୁ ଓଡିଶାରେ ଗଣମାଧ୍ୟମର ଯାତ୍ରା ସମ୍ପର୍କରେ

ଭୁବନେଶ୍ୱର: ସାରାଦେଶରେ ପ୍ରତିବର୍ଷ ନଭେମ୍ବର ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ରୂପେ ପାଳନ କରାଯାଉଛି ।

ଆସନ୍ତୁ ଜାଣିବା ରାଜ୍ୟରେ ଗଣମାଧ୍ୟମର ଆରମ୍ଭ ଓ ପରବର୍ତ୍ତୀ ସମୟରେ ହୋଇଥିବା ଏହାର ବିକାଶ ସମ୍ପର୍କରେ କିଛି କଥା

* ୧୮୬୬ ମସିହାରେ ଗୌରୀ ଶଙ୍କର ରାୟଙ୍କ ଦ୍ଵାରା ପ୍ରଥମ ସାପ୍ତାହିକ ଭାବେ ପ୍ରକାଶ ପାଇଥିଲା ପ୍ରଥମ ଓଡ଼ିଆ ଖବର କାଗଜ ଉତ୍କଳ ଦୀପିକା।

*ଗୌରୀଶଙ୍କର ରାୟ ଏବଂ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ କଟକରେ ପ୍ରତିଷ୍ଠିତ ‘କଟକ ପ୍ରିଣ୍ଟିଂ କମ୍ପାନୀ’ରୁ ଏହି ସମ୍ବାଦପତ୍ର ପ୍ରକାଶ ପାଉଥିଲା ।

*ଓଡିଶା ସମ୍ବାଦ ପ୍ରକାଶନୀ କ୍ଷେତ୍ରରେ ଉତ୍କଳ ଦୀପିକାର ସଫଳତାର ମୂଳଦୁଆ ପକାଇଥିଲା। ଏହା ଓଡ଼ିଆମାନଙ୍କ ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା ।

* ଧୀରେଧୀରେ ଖବର କାଗଜ ବୃଦ୍ଧି ପାଇବା ସହ ସ୍ଵାଧୀନତା ପରେ ଏହି ସଂଖ୍ୟା ୫୬ ରେ ପହଞ୍ଚିଥିଲା ଓ କ୍ରମାଗତ ଭାବେ ଏହା ବୃଦ୍ଧି ପାଇଥିଲା ।

* ୨୦୦୪ ଓଡ଼ିଶା ରେଫରେନ୍ସ ଆନୁଆଲ ରିପୋର୍ଟ ଅନୁଯାୟୀ, ସୂଚନା ଓ ଲୋକସଂପର୍କ ବିଭାଗର ସ୍ୱୀକୃତି ପ୍ରାପ୍ତ ଓଡ଼ିଶାରୁ ୪୨ଟି ଦୈନିକ ଖବରକାଗଜ ପ୍ରକାଶିତ ହେଉଛି ।

* ୧୯୪୮ରେଓଡ଼ିଶାରେ ପ୍ରଥମ ରେଡ଼ିଓ ଷ୍ଟେସନ ସ୍ଥାପିତ ହୋଇଥିଲା ଓ ପ୍ରଥମ ଇଣ୍ଟରନେଟ୍ ରେଡ଼ିଓ ହେଲା- www.odiaradio.com ।

* ଏବେ ଆକାଶବାଣୀର ୧୧ଟି କେନ୍ଦ୍ର ରହିଥିବାବେଳେ କମ୍ୟୁନିଟି ରେଡିଓ ସଂଖ୍ୟା ୬ରୁ ଊର୍ଦ୍ଧ୍ଵକୁ ବୃଦ୍ଧି ପାଇଛି।

* ଡିଡି ଓଡିଆ ୧୯୯୨ ମସିହାରେ ପ୍ରଥମ ଓଡିଆ ଟିଭି ଚ୍ୟାନେଲ ଭାବେକଟକରେ ପ୍ରତିଷ୍ଠା ହେଲା। ପରେ ପରେ ଏହି ଧାରାରେ ଖବର ପ୍ରସାରଣ କରୁଥିବା ଅନେକ ଟିଭି ଚ୍ୟାନେଲ ପ୍ରତିଷ୍ଠା ଲାଭ କରିଛନ୍ତି ।

*ବର୍ତ୍ତମାନ ଅନେକଗୁଡିଏ ଖବର ପରିବେଷଣ କରୁଥିବା ପୋର୍ଟାଲ ମଧ୍ୟ ଏହି ଧାରାରେ ସାମିଲ ହୋଇଛନ୍ତି ।

*ଏବେ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ଯୋଗୁଁ ବର୍ତ୍ତମାନ ମୋବାଇଲ ଖବର ପ୍ରସାରଣର ଏକ ନୂଆ ମାଧ୍ୟମ ବୋଲି ମଧ୍ୟ ଆମେ କହି ପାରିବା।

Leave A Reply

Your email address will not be published.