Latest Odisha News

BREAKING NEWS

ହରେକୃଷ୍ଣ ମହତାବ ଗ୍ରନ୍ଥାଗାରଠାରେ ଜାତୀୟ ପଠନ ମାସ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୪ ସ୍ଥିତ ହରେକୃଷ୍ଣ ମହତାବ ଗ୍ରନ୍ଥାଗାରଠାରେ ଜାତୀୟ ପଠନ ମାସ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଜାତୀୟ ପାଠାଗାର ଆନ୍ଦୋଳନର ପୁରୋଧା ତଥା କେରଳ ରାଜ୍ୟ ପାଠାଗାର ଆନ୍ଦୋଳନର ଜନକ ପିଏନ ପାନିକରଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଜାତୀୟ ପଠନ ମାସ ରୂପେ ପାଳନ କରାଯାଉଛି।

ପ୍ରତ୍ୟେକ ବର୍ଷ ଜୁନ ମାସ ୧୯ ତାରଖରୁ ଜୁଲାଇ ମାସ ୧୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ ହରେକୃଷ୍ଣ ମହତାବ ଗ୍ରନ୍ଥାଗାର ତରଫରୁ ତିନି ଗୋଟି ଉତ୍ସବ ତଥା- ଜାତୀୟ ପଠନ ଦିବସ, ଜାତୀୟ ପଠନ ସପ୍ତାହ ଏବଂ ଜାତୀୟ ପଠନ ମାସର ଶୁଭ ଉଦ୍‌ଘାଟନ ଜୁନ ୧୯ ତାରିଖ ଦିନ ଦିଲୀପ ରାଉତରାୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ନିର୍ଦ୍ଦେଶକ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରାଙ୍କ ପୌରହିତ୍ୟରେ କରାଯାଇଥିଲା।

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରା ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଜାତୀୟ ପଠନ ମାସ ଉଦ୍‌ଯାପନୀ ଉତ୍ସବ ପାଳନ ଅବସରରେ ପାଠକ ଓ ପାଠିକା, ଗବେଷକମାନଙ୍କ ଉଦ୍ଦେଶ୍ୟରେ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା। ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଯୋଗଦେଇ ଜାତୀୟ ପଠନ ମାସ ସମ୍ବନ୍ଧିକ ବକ୍ୟବ୍ୟ ପ୍ରଦାନ କରିଥିଲେ। ହରେକୃଷ୍ଣ ମହତାବ ଗ୍ରନ୍ଥାଗାରର ସମସ୍ତ କର୍ମଚାରୀ, ଗ୍ରନ୍ଥାଗାର ସମ୍ବନ୍ଧୀୟ ଇଣ୍ଟର୍ନସିପ ତାଲିମ ନେଉଥିବା ସମସ୍ତ ଛାତ୍ରଛାତ୍ରୀ, ପାଠକ ଓ ପାଠିକାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Leave A Reply

Your email address will not be published.