Latest Odisha News

BREAKING NEWS

ବଜରଙ୍ଗ ପୁନିଆ ଓ ଦୀପା ମଲିକଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର

ନୂଆଦିଲ୍ଲୀ: କ୍ରୀଡ଼ା କ୍ଷେତ୍ରରେ ଉକ୍ରର୍ଷତାକୁ ମାନ୍ୟତା ପ୍ରଦାନ କରିବା ଏବଂ କ୍ରୀଡ଼ାବିତଙ୍କୁ ପୁରସ୍କୃତ କରିବା ଲାଗି ଜାତୀୟ କ୍ରୀଡ଼ା ପୁରସ୍କାର- ୨୦୧୯ ଘୋଷଣା କରିଛନ୍ତି ।

ଚଳିତ ଥର ଜାତୀୟ କ୍ରୀଡ଼ା ପୁରସ୍କାର-୨୦୧୯ରେ ଚୟନ କମିଟି ବଜରଙ୍ଗ ପୁନିଆ ଓ ଦୀପା ମଲିକଙ୍କ ସମେତ ପ୍ରାୟ ୧୯ ଜଣ ଖେଳାଳୀଙ୍କ ନାମ ବିଭିନ୍ନ ବର୍ଗ ଲାଗି ଚୟନ କରିଛନ୍ତି । କ୍ରୀଡ଼ା ପୁରସ୍କାର ୨୦୧୯ ଲାଗି ଗଠିତ ଚୟନ ସମିତିର ଅଧ୍ୟକ୍ଷ ଥିଲେ ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ନ୍ୟାୟମୂର୍ତି ମୁକୁନ୍ଦକମ ଶର୍ମା।

ଆସନ୍ତା ୨୯ ତାରିଖରେ ରାଷ୍ଟ୍ରପତି ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ । ରାଜୀବ ଗାନ୍ଧୀ ଖେଳରତ୍ନ ବିଜେତାଙ୍କୁ ୭.୫ ଲକ୍ଷ ଏବଂ ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଓ ଧ୍ୟାନଚାନ୍ଦ ପୁରସ୍କାର ବିଜେତାଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ସହିତ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଚଳିତ ଥର ଜାତୀୟ କ୍ରୀଡ଼ା ପୁରସ୍କାର-୨୦୧୯ କିଏ ପାଇବେ, ଜାଣନ୍ତୁ

ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ-
ବଜରଙ୍ଗ ପୁନିଆ
ଦୀପା ମଲିକ୍ (ପାରା ଆଥଲେଟିକ୍ସ)

ଦ୍ରୋଣାଚାର୍ଯ୍ୟ ଆୱାର୍ଡ-
ବିମଳ କୁମାର (ବ୍ୟାଡମିଣ୍ଟନ୍)
ସନ୍ଦୀପ ଗୁପ୍ତା (ଟେବୁଲ୍ ଟେନିସ୍)
ମହିନ୍ଦର ସିଂହ ଢିଲନ୍ (ଆଥଲେଟିକ୍ସ)

ଏମାନଙ୍କ ବ୍ୟତିତ ଅର୍ଜୁନ ଆୱାର୍ଡ ଲାଗି ୧୬ଜଣ ଏବଂ ଧ୍ୟାନଚାନ୍ଦ ପୁରସ୍କାର ୫ ଜଣଙ୍କୁ ପ୍ରଦାନ କରାଯିବ । ପ୍ରତି ଚାରି ବର୍ଷର ଅବଧି ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ତଥା କ୍ରୀଡ଼ାର ବିକାଶ କ୍ଷେତ୍ରରେ ଜୀବନବ୍ୟାପୀ ଯୋଗଦାନ ଲାଗି ଏହିସବୁ ଆୱାର୍ଡ ପ୍ରଦାନ କରାଯାଇଥାଏ ।

Leave A Reply

Your email address will not be published.