Latest Odisha News

BREAKING NEWS

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍

ସମ୍ବଲପୁର: ମହାନଦୀର ଉପରମୁଣ୍ଡରୁ ସ୍ୱଳ୍ପ ଜଳ ପ୍ରବାହିତ ହେଉଥିବା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ବୁଧବାର ଦିନ ହୀରାକୁଦ ଜଳଭଣ୍ଡାରର ୨ଟି ଗେଟକୁ ବନ୍ଦ କରିଦେଇଛନ୍ତି।

ମିଳିଥିବା ସୂଚନାନୁଯାୟୀ ଜଳସ୍ତର କମୁଥିବାରୁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ତେବେ ଆଜି ସକାଳ ୯ଟା ସୁଦ୍ଧା ଏହି ଜଳଭଣ୍ଡାରର ଜଳସ୍ତର ୬୧୯.୩୧ ଘନ ଫୁଟକୁ ଛୁଇଁଥିଲା । ଏହା ମଧ୍ୟକୁ ସେକେଣ୍ଡ ପିଛା ୮୨,୮୬୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୬୩,୭୯୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଳଭଣ୍ଡାରର ୧୪ଟି ସୁଇସ୍ ଗେଟ୍ ଖୋଲାଯାଇଥିଲା । ପରବର୍ତ୍ତୀ ସମୟରେ ସେଥିମଧ୍ୟରୁ ୧୦ଟି ଗେଟକୁ ବନ୍ଦ କରିଦିଆଯାଇଥିଲା ।

Leave A Reply

Your email address will not be published.