Latest Odisha News

BREAKING NEWS

ଜାତୀୟ କ୍ରୀଡ଼ା ଦିବସ: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର; ଭାରତରେ ଆଜି ପାଳିତ ହେଉଛି ‘ଜାତୀୟ କ୍ରୀଡା ଦିବସ’। ଭାରତୀୟ ହକିର ଜନ୍ମଦାତା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅଗଷ୍ଟ ୨୯କୁ ଭାରତରେ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି। ଭାରତୀୟ ହକିକୁ ଗୋଟିଏ ନୂଆ ସ୍ତରକୁ ନେବାରେ ଧ୍ୟାନଚାନ୍ଦଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ତେବେ ଆଜିର ଜାତୀୟ କ୍ରୀଡା ଦିବସ ଅବସରରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l

କ୍ରୀଡା ଦିବସର ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ହକି ଲିଜେଣ୍ଡ ଲାଜରୁସ ବାର୍ଲାଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ୪ ଲକ୍ଷର ପୁରସ୍କାର ରାଶି ମିଳିଛି l ସେହିପରି ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଜାଭଲିନ୍‌ ଥ୍ରୋୟର କିଶୋର ଜେନାଙ୍କୁ ୩ ଲକ୍ଷର ପୁରସ୍କାର ରାଶି ମିଳିଥିବା ବେଳେ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ପୁରସ୍କାର ଜିତିଛନ୍ତି ସୁକେଶ ରଞ୍ଜନ ବେହେରା l ସେପଟେ ଅନ୍ୟାନ୍ୟ ବର୍ଗରେ ଶୁଚିସ୍ମିତା ଭୋଇ, ରୂପାନ୍ବିତା ପଣ୍ଡା, ମହମ୍ମଦ ଜାଫର ଇକବାଲ, ହକି କୋଚ୍‌ ବିଜୟ ଲାକ୍ରାଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି l

Comments are closed.