Latest Odisha News

BREAKING NEWS

ଭାରତ ବନ୍ଦ ପ୍ରଭାବ: ବାତିଲ ହେଲା ଏହି ସବୁ ପରୀକ୍ଷା

ଭୁବନେଶ୍ୱର: ଭାରତ ବନ୍ଦର ପ୍ରଭାବ ସାରା ଦେଶରେ ପଡିଛି। ଆଜି ହେବାକୁ ଥିବା ଜିଏନଏମ ବାର୍ଷିକ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ବ୍ୟାଙ୍କ ସଂଘ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଫେବୃଆରୀ ୧୨ ତାରିଖରେ ହେବାକୁ ଥିବା ଜିଏନଏମ ଦ୍ୱିତୀୟ ବର୍ଷର ‘ମେଣ୍ଟାଲ ହେଲଥ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

ଏହି ପରୀକ୍ଷା ଏବେ ଫେବୃଆରୀ ୧୬ ତାରିଖ ଦିନ ଅନୁଷ୍ଠିତ ହେବ । ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର୍ଥୀମାନେ ଏହି ପରିବର୍ତ୍ତିତ ତାରିଖ ଅନୁଯାୟୀ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।

ଏପଟେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ପାଇଁ ଓଡ଼ିଶା ସରକାର ଆଗୁଆ ସତର୍କ ସୂଚନା ଜାରି କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ଶ୍ରମିକ ସଂଗଠନ, କୃଷକ ସଂଗଠନ ଏବଂ ବ୍ୟାଙ୍କ ଫେଡେରେସନ୍ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରା ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।

Comments are closed.