Latest Odisha News

BREAKING NEWS

ଓଡ଼ିଆ-କନ୍ନଡ଼ ଜାତୀୟ ଅନୁବାଦ କର୍ମଶାଳା ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ, କର୍ଣ୍ଣାଟକ ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଚାରିଦିନିଆ ଓଡ଼ିଆ-କନ୍ନଡ଼ ଜାତୀୟ ଅନୁବାଦ କର୍ମଶାଳା ଉଦ୍‍ଯାପିତ ହୋଇଛି ।

BjdElectrycity

ଏନ୍‍. ନାଗାରାଜୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉଦ୍‍ଯାପନୀ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କର୍ଣ୍ଣାଟକ ସାହିତ୍ୟ ଏକାଡେମୀର ସଭାପତିବି.ଭି. ବସନ୍ତ କୁମାର, କର୍ମଶାଳା ନିର୍ଦ୍ଦେଶକ ଏଚ.ଏସ୍‍. ଶିବପ୍ରକାଶ, କୁଳସଚିବ ଯୁଗଳେଶ୍ୱରୀ ଦାଶ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ରଘୁନାଥ ମେହେର ପ୍ରମୁଖ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକ ଓ ସଚିବ ପ୍ରବୋଧ କୁମାର ରାଉତ ଆଭାସୀ ମାଧ୍ୟମରେ ଯୋଗଦେଇ ଏହି କର୍ମଶାଳାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ଅଞ୍ଜଳି ତ୍ରିପାଠୀ ଏହି କାର୍ଯ୍ୟକ୍ରମର କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଓ ଭୀମଭୋଇ ଚେୟାର ପ୍ରଦୀପ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଶୈଲେନ୍‍ ରାଉତରାୟକନ୍ନଡ଼ ସନ୍ଥ କବିତାର ସାଙ୍ଗୀତିକ ଆବୃତ୍ତି କରିଥିଲେ ଏବଂ ମଧୁରାଣୀ ଭୀମ
ଭୋଇଙ୍କ”ଲତା ବନେ ବୁଲି ଦେଖ ବେନି ଗୋଟି ପୁଷ୍ପ’ର କନ୍ନଡ଼ ଅନୁବାଦ ଛାୟା ଭଗବତୀଙ୍କ ସ୍ୱରରେ ଆବୃତ୍ତି କରିଥିଲେ ।

ରାଜ୍ୟରାଜ୍ୟ ମଧ୍ୟରେ ଭାଷା, ସାହିତ୍ୟ ଓ ସଂସ୍କୃତିର କର୍ମମୟକୁ ତ୍ୱରାନ୍ୱିତ କରିବାକୁ ଉତ୍ସବରେ ତିନି ଅନୁଷ୍ଠାନ ପକ୍ଷରୁ ମିଳିତ ଭାବରେ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.