Latest Odisha News

BREAKING NEWS

ଦାଦନ ରୋକିବାକୁ କି ନିଷ୍ପତ୍ତି ନେଲା ରାଜ୍ୟ କ୍ୟାବିନେଟ ?

ଭୁବନେଶ୍ୱର: ରାଜ୍ୟରେ ଦାଦନଙ୍କ ସଂଖ୍ୟା ବଢ଼ୁଥିବା ବେଳେ ନୂଆ ଯୋଜନାକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ନୂତନ ରାଜ୍ୟ କ୍ଷେତ୍ର ଯୋଜନା ଆରମ୍ଭ ହେବ । ମହାତ୍ମା ଗାନ୍ଧୀ ଜାତୀୟ ନିର୍ମାଣ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାଜ୍ୟ ସହାୟତାକୁ ଅନୁମୋଦନ ମିଳିଛି । ବଲାଙ୍ଗିର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଦାଦନ ପ୍ରବଣ ୨୦ଗୋଟି ବ୍ଲକରେ ଦାଦନ ରୋକିବା ନିମନ୍ତେ ଏହି ଯୋଜନା କାର୍ଯ୍ୟକାରୀ ହେବ । ମନରେଗା ଅଧିନରେ ଥିବା କାର୍ଯ୍ୟ ଆଶାୟୀଙ୍କୁ ରାଜ୍ୟରେ ଅଣକୁଶଳୀ ଶ୍ରମିକଙ୍କ ପାଇଁ ଦୈନିକ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରି ହାର ସହିତ ସମାନ କରି ମନରେଗା ଅଧିନରେ ପ୍ରଦାନ କରାଯାଉଥିବା ବିଜ୍ଞାପିତ ମଜୁରି ହାର ଉପରେ ଅତିରିକ୍ତ ମଜୁରି ପ୍ରଦାନ କରାଯିବ ।

ପ୍ରତ୍ୟେକ ବ୍ୟକ୍ତି ପିଛା ଦୈନିକ ହିସାବରେ ହେବାକୁ ଥିବା ଅତିରିକ୍ତ ମଜୁରି ବ୍ୟୟ ରାଜ୍ୟ ସରକାର ନୂତନ ରାଜ୍ୟ କ୍ଷେତ୍ର ଯୋଜନା: ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାଜ୍ୟ ସହାୟତା’ ଅଧିନରେ ବହନ କରିବେ । ରାଜ୍ୟ ସରକାର ଉକ୍ତ ୪ଗୋଟି ଜିଲ୍ଲାର ୨୦ ଗୋଟି ଦାଦନ ପ୍ରବଣ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଅନୁସାରେ ସର୍ବନିମ୍ନ ୧୦୦ ଦିନର କାମ ସହ ଅତିରିକ୍ତ ୨୦୦ ଦିନର କାର୍ଯ୍ୟ ଯୋଗାଇ ଦିଆଯିବ । ମନରେଗାରେ ସୁନିଶ୍ଚିତ ୧୦୦ ଦିନର କାର୍ଯ୍ୟ ବାଦ ଅତିରିକ୍ତ ୨୦୦ ଦିନର କାର୍ଯ୍ୟ ପାଇଁ ପ୍ରତ୍ୟେକ ବ୍ୟକ୍ତି ପିଛା ଦୈନିକ ହିସାବରେ ରାଜ୍ୟ ସରକାର ଅଣକୁଶଳୀ ମଜୁରୀ ହାରରେ ପ୍ରଦାନ କରିବେ ସରକାର ।

Leave A Reply

Your email address will not be published.