ଅମ୍ରିତସର: ଓଡିଶା ଏଠାରେ ଅନୁଷ୍ଠିତ ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପର ସେମିଫାଇନାଲରେ ପ୍ରବେଶ କରିଛି । ଶନିବାର ଅନୁଷ୍ଠିତ ମୁକାବିଲାରେ ଓଡିଶା ୨-୦ ଗୋଲରେ ଚଣ୍ଡୀଗଡକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ସତ୍ୟବତୀ ଖଦିଆ(୨୭ତମ, ୮୭ତମ)ଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ସେ ୨ଟି ଯାକ ସେଶନରେ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ଓଡିଶା ଏହି ମ୍ୟାଚରେ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଖେଳ ପ୍ରଦର୍ଶନ କରିଥିଲା । ଚଣ୍ଡୀଗଡ ସମସ୍ତ ଉଦ୍ୟମ କରିବା ସତ୍ୱେ ଗୋଲ ସ୍କୋର କରିବାରେ ସଫଳ ହୋଇ ନ ଥିଲା । ଗ୍ରୁପ ଏରେ ଓଡିଶା ଦ୍ୱିତୀୟ ସ୍ଥାନରେ ରହି ସେମିକୁ ଉନ୍ନୀତ ହୋଇଛି ।
୫ ମ୍ୟାଚରେ ଓଡିଶା ୧୨ ପଂଏଟ ହାସଲ କରିଥିବା ବେଳେ ତାମିଲନାଡୁ ସମସ୍ତ ମ୍ୟାଚରେ ବିଜୟ ହାସଲ କରି ୧୫ ପଂଏଟ ସହ ପ୍ରଥମ ସ୍ଥାନରେ ରହିଥିଲା । ଓଡିଶା ଗ୍ରୁପ ବିର ଶୀର୍ଷ ସ୍ଥାନରେ ଥିବା ହରିୟାଣାକୁ ସେମିଫାଇନାଲରେ ଭେଟିବ । ଏହି ମୁକାବିଲା ଜୁନ ୨୬ରେ ଆୟୋଜିତ ହେବ । ଅନ୍ୟ ଏକ ସେମିଫାଇନାଲରେ ରେଲୱେକୁ ଭେଟିବ ତାମିଲନାଡୁ ।
Comments are closed.