Latest Odisha News

ସର୍ବାଧିକ ମୋବାଇଲ ଉପଭୋକ୍ତାଙ୍କ ସହ ଜିଓ ଭାରତର ୧ ନମ୍ବର ଅପରେଟର: ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: କ୍ରମାଗତ ଭାବେ ଓଡ଼ିଶାବାସୀଙ୍କ ସବୁଠାରୁ ପସନ୍ଦର ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ଭାବେ ରହିଆସିଥିବା ରିଲାଏନ୍ସ ଜିଓ ୨୦୧୯ ନଭେମ୍ବର ମାସରେ ମଧ୍ୟ ସର୍ବାଗ୍ରେ ରହି ଓଡ଼ିଶାରେ ୨.୩ ଲକ୍ଷରୁ ଊର୍ଦ୍ଧ୍ୱ ନୂତନ ଗ୍ରାହକଙ୍କୁ ନିଜ ନେଟୱର୍କରେ ସାମିଲ କରିପାରିଛି ବୋଲି ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ(ଟ୍ରାଇ) ପକ୍ଷରୁ ନିକଟରେ ପ୍ରକାଶିତ ମୋବାଇଲ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ।

ଏଥିସହିତ ରିଲାଏନ୍ସ ଜିଓ ଓଡ଼ିଶାର ଟେଲିକମ୍ କ୍ଷେତ୍ରରେ ପ୍ରମୁଖ ସ୍ଥାନ ଅଧିକାର କରିବାର ନିକଟତର ହୋଇଥିବା ବେଳେ ବର୍ତମାନ ସୁଦ୍ଧା ଓଡ଼ିଶାରେ ଏହାର ଗ୍ରାହକ ସଂଖ୍ୟା ୧.୧୯ କୋଟିକୁ ଟପିଛି । ଏଥିସହିତ ୁଉପଭୋକ୍ତା ସଂଖ୍ୟା ଆଧାରରେ ଜିଓ ଓଡ଼ିଶା ଟେଲିକମ୍ ବଜାରର ୩୫.୮ ପ୍ରତିଶତ ବଜାର ଅଂଶ ଦଖଲ କରିଛି ।

ଓଡ଼ିଶାରେ କମ୍ପାନୀର ୪ଜି ସେବାର ଦ୍ରୁତ ସଂପ୍ରସାରଣ, ଅତ୍ୟନ୍ତ ଦୁର୍ଗମ ଇଲାକାରେ କମ୍ପାନୀର ୪ଜି ସେବା ଉପଲବ୍ଧତା ଏବଂ ଗ୍ରମାଞ୍ଚଳ ଓ ମଧ୍ୟମ ସହରାଞ୍ଚଳରେ ଅତ୍ୟନ୍ତ ଲୋକପ୍ରିୟ ତଥା ସୁଲଭ ମୂଲ୍ୟରେ ଉପଲବ୍ଧ ଏହାର ‘ଜିଓଫୋନ୍‌- ଭାରତର ସ୍ମାର୍ଟଫୋନ’କୁ ନେଇ ଜିଓ’ର ଗ୍ରାହକ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି ।

ଗ୍ରାହକ ତଥ୍ୟକୁ ନେଇ ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ସର୍ବଶେଷ ରିପୋର୍ଟ ଅନୁଯାୟୀ, ଜିଓ ବ୍ୟତିରେକ ବିଏସ୍‌ଏନ୍‌ଏଲ ହେଉଛି ଏକମାତ୍ର କମ୍ପାନୀ ଯାହାକି ଗତ ନଭେମ୍ବରରେ ଓଡ଼ିଶାରେ ୭୨୫୫୫ ନୂତନ ଗ୍ରାହକ ଯୋଡ଼ିପାରିଛି । ଅନ୍ୟପକ୍ଷରେ ଏହି ମାସରେଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ ଓଡ଼ିଶାରେ ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଛନ୍ତି । ଭୋଡାଫୋନ୍ ଆଇଡିଆ ୪.୮ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଏୟାରଟେଲ ୩୬୦୦୦ ଗ୍ରାହକ ହରାଇଛି । ନଭେମ୍ବର ମାସରେ ରାଜ୍ୟରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ୨.୧୬ ଲକ୍ଷ ହ୍ରାସ ଘଟି ମୋଟ ଗ୍ରାହକଙ୍କ ସଂଖ୍ୟା ୩.୩୨ କୋଟିରେ ପହଞ୍ଚିଛି ବୋଲି ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଛି ।

ତେବେ କ୍ରମାଗତ ଭାବେ ରିଲାଏନ୍ସ ଜିଓ ଏହାର ଗ୍ରାହକ ସଂଖ୍ୟାରେ ବୃଦ୍ଧି କରିଚାଲୁଥିବା ବେଳେ ଗତ ନଭେମ୍ବରରେ ଜାତୀୟସ୍ତରରେ ୫୬ ଲକ୍ଷ ନୂତନ ଗ୍ରାହକ ଯୋଡ଼ି ଦେଶର ଏକ ନମ୍ବର ଟେଲିକମ୍ ଅପରେଟର ହୋଇଥିବା ଟ୍ରାଇ ପକ୍ଷରୁ କୁହାଯାଇଛି । ଏଥିସହିତ ନଭେମ୍ବର ଶେଷ ସୁଦ୍ଧା ସମଗ୍ର ଦେଶରେ ଜିଓ’ର ମୋଟ ଗ୍ରାହକଙ୍କ ସଂଖ୍ୟା ୩୭ କୋଟିରେ ପହଞ୍ଚିଛି । ଯାହାଦ୍ୱାରା ଉଭୟ ଗ୍ରାହକ ସଂଖ୍ୟା ଏବଂ ରାଜସ୍ୱ ଆୟ ଦୃଷ୍ଟିରୁ ଜିଓ ଦେଶର ସର୍ବବୃହତ କମ୍ପାନୀ ଭାବେ ପ୍ରତିଷ୍ଠାଲାଭ କରିଛି ।

ପ୍ରକାଶଯୋଗ୍ୟ ଯେ, ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଟେଲିକମ୍ କ୍ଷେତ୍ରର ଆୟକୁ ନେଇ ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ରିପୋର୍ଟ ଅନୁସାରେ ରିଲାଏନ୍ସ ଜିଓ ଓଡ଼ିଶାରେ ଟେଲିକମ୍ ଏବଂ ଡିଜିଟାଲ ସେବା କ୍ଷେତ୍ରରେ ମୋଟ ରାଜସ୍ୱ ଆୟର ୪୮.୧ ପ୍ରତିଶତ ବଜାର ଅଂଶ ଅକ୍ତିଆର କରିବା ସହିତ ଏଜିଆର୍‌ରେ ୫୬.୮ ପ୍ରତିଶତ ବଜାର ଅଂଶ ଦଖଲ କରିଛି ।

Comments are closed.