Latest Odisha News

ପୂରଣ ହେଲା ପଶ୍ଚିମ ଓଡିଶାବାସୀଙ୍କ ସ୍ୱପ୍ନ; ଝାରସୁଗୁଡାରୁ କୋଲକାତାକୁ ଉଡିଲା ବିମାନ

ଭୁବନେଶ୍ୱର: ଏୟାର ଇଣ୍ଡିଆର ସହାୟକ କମ୍ପାନୀ ଆଲିଏନ୍ସ ଏୟାର ଦ୍ୱାରା ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ (ଭିଏସଏସି)ରୁ ସୋମବାର ଦିନ ଠାରୁ କୋଲକାତାକୁ ବିମାନ ଉଡାଣ ଆରମ୍ଭ ହୋଇଛି । ଯାହାଫଳରେ ପଶ୍ଚିମ ଓଡିଶାବାସୀଙ୍କର ବହୁଦିନର ଦାବି ପୂରଣ ହୋଇଛି ।

୭୦ ସିଟ୍ ବିଶିଷ୍ଟ ଏଟିଆର୍ ୭୨୬୦୦ ବିମାନ ଆଜି ଦିନ ୧ଟା ୧୫ମି.ରେ ଭିଏସଏସି ଏୟାରପୋର୍ଟରେ ପହଞ୍ଚିଥିଲା ।

ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ବିମାନ ସକାଳ ୧୧ଟା ୪୫ମି.ରେ କୋଲକାତାରୁ ବାହାରି ଦ୍ୱିପ୍ରହର ୧ଟା ୧୫ମି.ରେ ଝାରସୁଗୁଡାରେ ପହଞ୍ଚିଥିଲା । ସେହିପରି ପରବର୍ତ୍ତୀ ସମୟରେ ବିମାନ ଝାରସୁଗୁଡାରୁ ୧ଟା ୪୫ମି.ରେ ବାହାରି ୩ଟା ୩୫ମି.ରେ କୋଲକାତାରେ ପହଞ୍ଚି ।

କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାରେ କୋଲକାତା-ଝାରସୁଗୁଡା-କୋଲକାତା ରୁଟରେ ପ୍ରତିଦିନ ସିଧାସଳଖ ଉଡାଣ ସେବା ସଞ୍ଚାଳିତ ହେବ ।

ଏୟାରଲାଇନ୍ ପକ୍ଷରୁ ଝାରସୁଗୁଡା-କୋଲକାତା ବିମାନ ଉଡାଣ ଲାଗି ଭଡା ପ୍ରାୟ୨,୭୫୮ ଟଙ୍କା ରହିଛି ।

Leave A Reply

Your email address will not be published.