Latest Odisha News

BREAKING NEWS

ୟୁକ୍ରେନର ନୋ-ଫ୍ଲାଏ ଜୋନ୍ ଦାବିକୁ ନାଟୋ ଅଗ୍ରାହ୍ୟ କରିବା ପରେ ଏମିତି କଥା କହିଲେ ଜେଲେନସ୍କି

କିଭ୍(ୟୁକ୍ରେନ): ରୁଷ ସହ ଭୟଙ୍କର ଯୁଦ୍ଧ ଲଢୁଛି ୟୁକ୍ରେନ୍ । ଶକ୍ତିଶାଳୀ ରୁଷ୍ ସୈନ୍ୟଙ୍କୁ ପ୍ରତିହତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ଏଭଳି ସ୍ଥିତିରେ ନା-ଫ୍ଲାଏ ଜୋନ୍ ପାଇଁ ନାଟୋ ନିକଟରେ ଦାବି ରଖିଥିଲା ୟୁକ୍ରେନ୍ । ଯାହାକୁ ନାଟୋ ଅଗ୍ରାହ୍ୟ କରି ଦେଇଛି । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେନେନସ୍କି । ସେ କହିଛନ୍ତି, ନାଟୋ ନୋ-ଫ୍ଲାଏ ଜୋନ୍ ପ୍ରସ୍ତାବକୁ ଅଗ୍ରାହ୍ୟ କରି ରୁଷକୁ ବୋମା ବର୍ଷଣ ପାଇଁ ଗ୍ରୀନ୍ ସିଗନାଲ୍ ମିଳିଗଲା ।

ଆମେରିକା ପରରାଷ୍ଚ୍ର ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍ କହିଛନ୍ତି, ନୋ-ଫ୍ଲାଏ ଜୋନ୍ ଅର୍ଥ ରୁଷିଆ ପ୍ଲେନକୁ ଖସାଇବା ପାଇଁ ୟୁକ୍ରେନ୍ ଏୟାରସ୍ପେସକୁ ନାଟୋ ଯୁଦ୍ଧବିମାନ ପଠାଇବ । ଏଭଳି ହେଲେ ୟୁରୋପ ମହାଦେଶ ଏକ ବଡ଼ ଧରଣର ଯୁଦ୍ଧ ଅଭିମୁଖେ ବଢ଼ିବ । ଜେଲେନସ୍କି କହିଛନ୍ତି ନାଟୋର ଏଭଳି ନିଷ୍ପତ୍ତି ଦ୍ୱାରା ୟୁକ୍ରେନର ବହୁ ସହର ଓ ଗାଁ ଉପରେ ଅଧିକ ବୋମା ବର୍ଷଣ ପାଇଁ ରୁଷକୁ ଅନୁମତି ମିଳିଛି ।

ଫେବ୍ରୁଆରୀ ୨୪ ତାରିଖରେ ରୁଷ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରିବା ପରେ ୟୁକ୍ରେନ୍‌ ଆକାଶରେ ‌ନୋ-ଫ୍ଲାଏ ଜୋନ୍‌ ଗଠନ କରିବା ପାଇଁ ରାଷ୍ଟ୍ରପତି ଜେଲେନସ୍କି ନାଟୋରେ ଆବେଦନ କରିଥିଲେ । ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍ ଉପରେ ୫୦୦ରୁ ଅଧିକ ମିସାଇଲ୍ ଆଟାକ କଲାଣି ରୁଷ୍ । ଘନ ଘନ ରକେଟ୍ ମାଡ଼ କରୁଛି ।

Comments are closed, but trackbacks and pingbacks are open.