Latest Odisha News

ଦୃଷ୍ଟିଶକ୍ତି ଠିକ୍ ରଖିବା ପାଇଁ ଆପଣାନ୍ତୁ ଏହି ସାଧାରଣ ଉପାୟ..

ଭୁବନେଶ୍ବର: ବଢ଼ୁଥିବା ପ୍ରଦୂଷଣ,ଖାଦ୍ୟପେୟରେ ଅନିୟମିତତା, ମୋବାଇଲ୍ ଏବଂ କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ବିତାଇବା ଦ୍ୱାରା ଆଖି ସମସ୍ୟା ବଢିବାରେ ଲାଗିଛି । ଫଳରେ ବହୁ କମ୍ ବୟସରୁ ହିଁ ଲୋକଙ୍କୁ ଚଷମା ଲଗାଉଥିବାର ଦେଖିବାକୁ ମିଳିଛି। ଦୃଷ୍ଟିଶକ୍ତି ଠିକ୍ ରଖିବା ପାଇଁ କିଛି ସାଧାରଣ ଉପାୟ ରହିଛି ଆସନ୍ତୁ ସେ ବିଷୟରେ..

ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଆଖି ପରୀକ୍ଷା କରନ୍ତୁ । ପ୍ରତିଦିନ ୫ ମିନିଟ ପର୍ଯ୍ୟନ୍ତ ଆଖି ସମ୍ବନ୍ଧୀୟ ବ୍ୟୟାମ କରନ୍ତୁ ।

ଆଖି ଜଳୁଥିଲେ କିମ୍ବା ଥକାପଣ ଅନୁଭବ ହେଲେ, ରାତି ସମୟରେ କିଛି ବୁନ୍ଦା ଗୋଲାପ ଜଳ ଆଖିରେ ପକାଇବା ସହିତ ଗୋଲାପ ଜଳକୁ ତୁଳାରେ ଭିଜାଇ କିଛି ସମୟ ଆଖି ଉପରେ ରଖନ୍ତୁ ଏହା ଦ୍ବାରା ଆପଣଙ୍କୁ ଆରାମ ମିଳିଥାଏ ।

ଏଥିସହ ଆଖିତଳ କଳାଦାଗ ଥିଲେ ;ଏହାକୁ ଦୂର କରିବା ପାଇଁ ଆଳୁ ରସ ଏବଂ କାକୁଡ଼ିକୁ କାଟି ଆଖିତଳେ ଲଗାନ୍ତୁ ।

ଏଥିସହ ସଠିକ୍ ପୋଷକତତ୍ତ୍ବ ଥିବା ଖାଦ୍ୟ ଗ୍ରହଣ କରନ୍ତୁ । ବିଶେଷ କରି ଭିଟାମିନ୍ ସି ଥିବା ଖାଦ୍ୟ ଗ୍ରହଣ କରିବା ଜରୁରୀ । ଅଧିକ ପରିମାଣର ପାଣି ପିଅନ୍ତୁ ।

କ୍ରମାଗତ ଭାବେ କମ୍ପ୍ୟୁଟର କିମ୍ବା ମୋବାଇଲ୍ ବ୍ୟବହାର କରୁଥିଲେ ସମୟ ବ୍ୟବଧାନରେ ପାପୁଲିକୁ ମାଲିସ କରି ଆଖିରେ ଲଗାନ୍ତୁ ।

ଆଖି ସୁସ୍ଥ ରଖିବା ପାଇଁ ଯଥା ସମ୍ଭବ ଆଖିକୁ ଆରାମ ଦିଅନ୍ତୁ । ଦିନକୁ ଅତି କମରେ ୮ ଘଣ୍ଟା ଶୁଅନ୍ତୁ । ଆଖି ତଳେ ଅଳ୍ପ ମାତ୍ରାରେ ବାଦାମ ତେଲ ଲଗାନ୍ତୁ । ଏହା ଆଖିର ଥକାପଣ ଦୂର କରିବା ସହ ଚମକ ଦେଇଥାଏ ।

 

 

Leave A Reply

Your email address will not be published.