Latest Odisha News

ପ୍ରକୃତି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ଭଗବାନଙ୍କର ମାୟିକ ଶକ୍ତିଦ୍ୱାରା ଏ ସଂସାରର ସୃଷ୍ଟି । ପ୍ରକୃତିର ଗର୍ଭରେ ଭଗବାନ ଜୀବଙ୍କୁ ସ୍ଥାପିତ କରନ୍ତି । ପ୍ରତ୍ୟେକ ଜୀବର କର୍ମ ଅନୁଯାୟୀ, ପ୍ରକୃତି ତାଙ୍କ ପାଇଁ ଏକ ଉପଯୁକ୍ତ ଶରୀର ସୃଷ୍ଟି କରେ । ପ୍ରକୃତି ଦ୍ୱିବିଧ, ଯଥା- ପରା ଓ ଅପରା । ପରା (ଶ୍ରେଷ୍ଠା) ଜୀବ ସ୍ୱରୂପ ଚେତନାମୟୀ ପ୍ରକୃତି ଏହା ଜଗତକୁ ରକ୍ଷା କରୁଅଛି । ଏହାହିଁ ଜୀବର ପ୍ରାଣ । ଅପରା (ନିକୃଷ୍ଟା) କ୍ଷିତି, ଅପ୍‌, ତେଜଃ, ମରୁତ, ବ୍ୟୋମ, (ପଞ୍ଚଭୂତ) ମନ, ବୃଦ୍ଧି, ଓ ଅହଙ୍କାର । ପ୍ରକୃତି ଆଞଗା ଛଡ଼ା ଜଗତରେ ଅନ୍ୟ ସମସ୍ତ ବସ୍ତୁର ମୂଳକାରଣ । ପ୍ରକୃତି ଅନ୍ଧ କିନ୍ତୁ ଉତ୍ପାଦିକା ।

ଶକ୍ତି ବିଶିଷ୍ଟ ପୁରୁଷ ଓ ପ୍ରକୃତି ଏହି ଉଭୟର ମିଳନରେ ଏ ଜଗତର ସୃଷ୍ଟି । ପ୍ରକୃତିରୁ ସତ୍ୱ, ରଜଃ ଓ ତମଃ ତିନି ଗୁଣ ଉତ୍ପନ୍ନ ହୁଅନ୍ତି । ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ସହାୟତାରେ, ପ୍ରକୃତି ବିଭିନ୍ନ ଜୀବ
ସ୍ୱରୂପ ସୃଷ୍ଟି କରେ । ଭଗବାନ, ପୂର୍ବ କର୍ମ ଅନୁସାରେ, ଜୀବକୁ ଉପଯୁକ୍ତ ଶରୀରରେ ସ୍ଥାପିତ କରନ୍ତି । ପ୍ରକୃତି ଗର୍ଭତୁଲ୍ୟ ଅଟେ ଏବଂ ଆଞଗା ସବୁ ଶୁକ୍ରାଣୁ ରୂପକ ଅଟନ୍ତି । ସେ ଆଞଗାକୁ ପ୍ରକୃତି ମାତାଙ୍କ ଗର୍ଭରେ ସ୍ଥାପିତ କରନ୍ତି ଏବଂ ବିବିଧ ପ୍ରକାରର ପ୍ରାଣୀଙ୍କୁ ଜନ୍ମ ଦିଅନ୍ତି । ଜଣେ ବ୍ୟକ୍ତି ମହାଭାଗଙ୍କୁ ପଚାରିଲେ… ମୋର କର୍ମଚାରୀ, ମୋର ପତ୍ନୀ, ମୋର ପିଲାମାନେ ଏବଂ
ଦୁନିଆର ସମସ୍ତ ଲୋକ- ସ୍ୱାର୍ଥପର । କିଏ କ’ଣ କରିବାକୁ ଇଛା କରୁଛନ୍ତି ଜଣାଉ ନାହାଁନ୍ତି । ମହାଭାଗ  ଟିକେ ହସି କହିଲେ …ଏକ ହଜାର ଦର୍ପଣ ବିଶିଷ୍ଟ ଏକ ସ୍ୱତବ କୋଠରୀ ଥିଲା । ଏକ
ଛୋଟ ପିଲା କୋଠରୀ ଭିତରକୁ ଯାଇ ଖେଳିବା ଆରମ୍ଭ କଲା । ସେ ହଜାରେ ପିଲା ତା ସହିତ  ଖେଳୁଥିବାର ଦେଖିଲା । ସେ ନିଜ ହାତରେ ଚାପୁଡ଼ା ମାରିବା ମାତ୍ରେ ପିଲାମାନଙ୍କ ସହିତ ଖୁସି
ହେବାକୁ ଲାଗିଲା । ସମସ୍ତ ପିଲାମାନେ ତାଙ୍କ ସହ କରତାଳି ଦେଉଥିଲେ । ସେ ଭାବିଲା ଏହା ଦୁନିଆର ସର୍ବୋତ୍ତମ ସ୍ଥାନ, ଏବଂ ସେ ସବୁଠାରୁ ଖୁସି । ସେ ବାରମ୍ବାର ଏଠାକୁ ଆସିବାକୁ ଇଛା
କରିବ । କିଛି ସମୟ ପରେ ଜଣେ ଦୁଃଖୀ ବ୍ୟକ୍ତି ସେଠାକୁ ଆସିଲେ । ସେ ଚାରିପାଖରେ ହଜାର ହଜାର ଦୁଃଖୀ ବ୍ୟକ୍ତିଙ୍କ ଚେହେରା ଦେଖିଲା । ବହୁତ ଦୁଃଖିତ ହେଲା ଏବଂ ସେ ହାତ
ବଢାଇବାକୁ ଚେଷ୍ଟା କଲା । ସେ ଦେଖିଲା ହଜାର ହଜାର ହାତ ତାଙ୍କୁ ଠେଲି ଦେଉଛନ୍ତି । ଖରାପ ବୋଲି କହୁଛନ୍ତି । ସେ ଆଉ ଏଠାକୁ ଆସିବ ନାହିଁ । ସେ ସ୍ଥାନ ଛାଡି ଚାଲିଗଲା ।
ସେହିଭଳି ଏହି ଦୁନିଆ ହେଉଛି ହଜାର ହଜାର ଦର୍ପଣର ଏକ କୋଠରୀ । ଯାହା ଆମ ଭିତରେ ଭରପୂର ସମ୍ପଦ, ପ୍ରକୃତି ଆମକୁ ଫେରାଇଦିଏ । ଆମର ମନ ଏବଂ ହୃଦୟକୁ ସଫା
ରଖିଲେ, ଏହି ଜଗତ ଆମ ପାଇଁ ସ୍ୱର୍ଗ ପରି …।

Leave A Reply

Your email address will not be published.