Latest Odisha News

BREAKING NEWS

ଅନୁବାଦ କବିତା : ସ୍ବପ୍ନ କ’ଣ କେବଳ ପଳାୟନ?

ମୂଳ ବଂଗଳା: ବିଷ୍ଣୁ ଦେ

କାହିଁକି ଭାବୁଛ ବାବୁ
ସ୍ବପ୍ନ ଖାଲି ପଳାୟନ?
ସ୍ବପ୍ନକୁ କାହିଁକି
ଏତେ ମିଛ ଭୟ?
ସ୍ଵପ୍ନରେ ତ ଶରୀର ଶାନ୍ତି
ପ୍ରାଣର ଆରାମ
ମନ ହୁଏ ପୂର୍ଣ୍ଣ ।
ମାଗିନିଅ ଆହୁରି ଅନେକ ସ୍ବପ୍ନ
ଘୋର ଅନ୍ଧକାରେ
ଜାଗ୍ରତ ବା ନିବିଡ଼ ନିଦ୍ରାରେ
ଜୀବନଟା ହେଉ ସଦା ସ୍ଵପ୍ନମୟ ।
ବର୍ତ୍ତମାନ ଅନ୍ଧାରରେ ଶୂନ୍ୟତାକୁ
ଭରିଦିଅ ଚନ୍ଦ୍ରର ଆଭାରେ ।
ଆଶାକର ନୂତନ ଵୀଜର ଜନ୍ମ
ବାସ୍ତବତା ସ୍ଵପ୍ନରେ ତନ୍ମୟ ।
ଭୟ କଣ? ସ୍ବପ୍ନ ହିଁ ମୁକ୍ତିର ସ୍ଥାନ,
ପ୍ରତିଦିନ ନବଜନ୍ମ, ଜ୍ୟୋସ୍ନା ସ୍ନାତ
ଚେହେରା ନୂତନ ।

 

ଚାହିଁ ଦେଖ, ଅନ୍ଧକାର ଭରା
ଏଇ ଶ୍ରାବଣ ଆକାଶ
ବର୍ଷା ଓ ବିଦ୍ୟୁତ୍, କିଛି କ୍ଷଣ ପରେ ପୁଣି
ନକ୍ଷତ୍ରର ବିସ୍ମୟ ପ୍ରକାଶ ।
ସେଥିପାଇଁ ଶ୍ରାବଣର ଗୀତ, ସଙ୍ଗୀତରେ
ବଙ୍ଗଳାର ଆକାଶରେ ବହୁକାଳ ଧରି
ସୁରର ମଧୁର ଧ୍ଵନୀ ଶୁଭେ ଚାରି ଦିଗେ
ଭରି ଦେଇ ସବୁ ଦେହ,ମନ, ଖୁସି,ଉଲ୍ଲାସରେ ।
ଅବଶ୍ୟ ଏ ଦେଶର ଅବା ବିଦେଶର
ଶ୍ରାବଣର ଚନ୍ଦ୍ର କିମ୍ବା ଜ୍ୟୋସ୍ନା
ସବୁ ଆଲୌକିତ, ଅନ୍ତତଃ ଟିକେ ଅବାନ୍ତର ।
କିନ୍ତୁ ସେଥି ପାଇଁ, ସ୍ଵାଧୀନ ସ୍ବପ୍ନ ବି କିମ୍ପା
ମଥା ପିଟି ମରେ,ପାଲଟି ଯାଏ ଦୁଃସ୍ଵପ୍ନରେ?
ଶ୍ରାବଣର ସ୍ବପ୍ନ ସର୍ବଦା ଓ ସମସ୍ତ ଜାଗାରେ
ଏପରିକି ଏଇ ନିଆଁ ଲଗା ରାଜ୍ୟ ବଙ୍ଗଳାରେ
ଏମିତିକି ଆମର ଏଇ କୋଲକାତା କର୍ପୋରେସନରେ ।

ଅନୁବାଦ : ମନୋରଞ୍ଜନ ହୋତା

 

Leave A Reply

Your email address will not be published.