Latest Odisha News

BREAKING NEWS

ନୌକାସନ: ପେଟର ଚର୍ବି ହେବ କମ୍ ଓ ମେରୁଦଣ୍ଡ ହେବ ମଜବୁତ

ଭୁବନେଶ୍ବର: ଯୋଗାସନ ଆମକୁ ସୁସ୍ଥ ରଖିବା ସହ ମନ ଏବଂ ମସ୍ତିଷ୍କକୁ ମଧ୍ୟ ଶାନ୍ତ ରଖିଥାଏ । ଯାହାଦ୍ବାରା ଆମେ ଚାପ ଓ ରୋଗରୁ ଦୂରେଇ ରହିଥାଉ । ତେବେ ନୌକାସନ ଏପରି ଏକ ଆସନ ଯାହା ପେଟ ସମ୍ବନ୍ଧୀୟ ରୋଗକୁ ଠିକ୍ କରିବା ସହ ମେରୁଦଣ୍ଡକୁ ମଜବୁତ କରିଥାଏ । ଏହି ଆସନରେ ଶରୀରର ଏକ ଡଙ୍ଗା ପରି ରହିଥାଏ, ତେଣୁ ଏହାକୁ ନୌକାସନ ବା ବୋଟ୍ ପୋଜ୍ କୁହାଯାଏ ।

ବିଧି

ପ୍ରଥମେ ଆପଣ ପିଠିରେ ବଳରେ ଶୁଅନ୍ତୁ । ଉଭୟ ପାଦକୁ ଏକାଠି ରଖନ୍ତୁ ଏବଂ ହାତକୁ ଶରୀର ପାଖରେ ରଖନ୍ତୁ । ଏକ ଦୀର୍ଘ ଗଭୀର ନିଶ୍ୱାସ ନିଅନ୍ତୁ ଏବଂ ନିଶ୍ୱାସ ଛାଡିବାବେଳେ ହାତ, ଗୋଡ, ଛାତି, ମୁଣ୍ଡ ଇତ୍ୟାଦିକୁ ଉପରକୁ ଉଠାନ୍ତୁ । ବାହୁକୁ ଗୋଡ ଆଡକୁ ଟାଣନ୍ତୁ । ସେତେବେଳେ ବାହୁ ଆଉ ଗୋଡକୁ ସିଧା ରଖନ୍ତୁ ଏବଂ ଆଣ୍ଠୁକୁ ବଙ୍କା କରିବେ ନାହିଁ । ଗୋଡକୁ ଉପରକୁ ଉଠାନ୍ତୁ ଯେପର୍ଯ୍ୟନ୍ତ ପେଟ ଆଖପାଖ ଟାଣି ହେବ । ଏହି ପୋଜ୍ ରେ କିଛି ସେକେଣ୍ଡ ରୁହନ୍ତୁ । ପୁଣି ସାମାନ୍ୟ ସ୍ଥିତିକୁ ଆସିଯାଆନ୍ତୁ ।

ଲାଭ

-ଏହି ଆସନ କରିବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ,ଏସିଡିଟି ଆଦି ଦୂର ହୋଇଥାଏ । ପାଚନ ଶକ୍ତି ମଜବୁତ ହୋଇଥାଏ ।
-କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।
-ପ୍ରତିଦିନ ଏହି ଆସନ କଲେ ପେଟ ସହିତ ଅଣ୍ଟାର ଚର୍ବି ମଧ୍ୟ କମିଥାଏ ।
-ଏହି ନୌକାସନ ଦ୍ବାରା ପିଠି, ଗୋଡ, ଅଣ୍ଟା ଏବଂ ପେଟର ମାଂସପେଶୀ ଶକ୍ତିଶାଳୀ ହୁଏ ।
-ଏହି ଆସାନ ରକ୍ତ ସଞ୍ଚାଳନ ବୃଦ୍ କରିଥାଏ ଏବଂ ଶୁଗାର ଲେବଲକୁ ନିୟନ୍ତ୍ରଣରେ ରଖେ ।
-ଫୁସଫୁସ, ଯକୃତ ଏବଂ ଅଗ୍ନାଶୟକୁ ମଜବୁତ କରିବା ପାଇଁ ନୌକାସନ କରିବା ଉଚିତ୍ ।

 

Comments are closed.