Latest Odisha News

BREAKING NEWS

ହର୍ଷିତଙ୍କ ବଦଳ ଖେଳାଳି ଭାବେ ସାମିଲ ହେଲେ ନବଦୀପ

କୋଲକାତା: ଆଇପିଏଲ ୨୦୨୬ରୁ କୋଲକାତା ନାଇଟ ରାଇଡର୍ସର ପେସ ବୋଲର ହର୍ଷିତ ରାଣା ଓହରି ଯାଇଛନ୍ତି । ବୁଧବାର କେକେଆର ତାଙ୍କ ବିକଳ୍ପ ଖେଳାଳିଙ୍କ ନାମ ଘୋଷଣା କରିଛି । ନବଦୀପ ସୈନୀଙ୍କୁ ଦଳରେ ସାମିଲ କରାଯାଇଛି । ଚଳିତ ସଂସ୍କରଣରେ କେକେଆରର ବୋଲିଂ ୟୁନିଟ ଅପେକ୍ଷାକୃତ ଦୁର୍ବଳ ହୋଇପଡିଛି । ପୂର୍ବରୁ ଆକାଶଦୀପ, ମଥୀଷ ପଥୀରନା ମଧ୍ୟ ଆଘାତ ସମସ୍ୟାରେ ପଡିଛନ୍ତି । ଏ ପର୍ଯ୍ୟନ୍ତ ମୁସ୍ତାଫିଜୁର ରହେମାନ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇପାରି ନାହାନ୍ତି ।

୨୦୨୩ ପରେ ସୈନୀ ପୂନର୍ବାର ଦଳକୁ ଫେରିଛନ୍ତି । ସେ ୨୦୧୯ରେ ଆରସିବି ପକ୍ଷରୁ ଆଇପିଏଲରେ ପଦାର୍ପଣ କରିଥିଲେ । ୨୦୧୭ରେ ଦିଲ୍ଲୀ ଟିମରେ ସେ ଥିଲେ ମଧ୍ୟ ଖେଳିବା ସୁଯୋଗ ପାଇ ନ ଥିଲେ । ପେସ ପିଚ ଏବଂ ବିବିଧତା ଯୋଗୁ ସୈନୀ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇଥାନ୍ତି । ୨ଥର ଚାମ୍ପିୟନ କେକେଆରର ଏଥର ବ୍ୟାଟିଂ ଲାଇନଅପ ଠିକ ଥିଲେ ମଧ୍ୟ ବୋଲିଂ ବଡ ସମସ୍ୟା ଭାବେ ଉଭା ହୋଇଛି ।

Leave A Reply

Your email address will not be published.