Latest Odisha News

BREAKING NEWS

ଖୋର୍ଦ୍ଧା ବିଜେପି ନେତା ହତ୍ୟା ଘଟଣାର ନିନ୍ଦା କଲେ ନବୀନ

ଭୁବନେଶ୍ୱର : ବିଜେପି ନେତା ତଥା ଖୋର୍ଦ୍ଧାର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ରବିବାର ରାତିରେ କେହି ଦୁବୃର୍ତ୍ତ ହତ୍ୟା କରିବା ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଏହି ଘଟଣାକୁ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଗମ୍ଭୀରତାର ସହ ନେବା ପାଇଁ ସେ କହିଛନ୍ତି ।

ଏନେଇ ସୋମବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ନବୀନ କହିଛନ୍ତି, ମୁଁ ନିର୍ବାଚନ ଆୟୋଗଙ୍କୁ ଏହି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛି । ଯାହା ଫଳରେ ଏଭଳି ଜଘନ୍ୟ କାଣ୍ଡର ପୁନରାବୃତ୍ତି ହେବ ନାହିଁ ।

ଏନେଇ ନବୀନ ଟ୍ୱିଟ୍ ମଧ୍ୟ କରିଛନ୍ତି

ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଖୋର୍ଦ୍ଧାରେ ହୋଇଥିବା ହିଂସାକୁ ମୁଁ ଦୃଢ ନିନ୍ଦା କରୁଛି। ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।

ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ମଧ୍ୟ ଟ୍ୱିଟ୍ କରିଛନ୍ତି,

ଖୋର୍ଦ୍ଧାରେ ବିଜେପିର ଜଣେ କାର୍ଯ୍ୟକର୍ତ୍ତା ରାଜନୈତିକ ହିଂସାର ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ଖବର ଶୁଣି ଆମେ ସମସ୍ତେ ବିଜେପି କାର୍ଯ୍ୟକର୍ତ୍ତା ମର୍ମାହତ ।

Leave A Reply

Your email address will not be published.