Latest Odisha News

BREAKING NEWS

ଆଜି ବଲାଙ୍ଗିର ଓ ବରଗଡରେ ପ୍ରଚାର କରିବେ ନବୀନ

ଭୁବନେଶ୍ୱର : ଓଡିଶାରେ ୨ୟ ପର୍ଯ୍ୟାୟ ତଥା ଏପିଲ୍ ୧୮ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ବରଗଡ, ବଲାଙ୍ଗିର ଭଳି ପଶ୍ଚିମ ଓଡିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ।

ଗସ୍ତକାର୍ଯ୍ୟ ସୂଚୀ ଅନୁଯାୟୀ ମୁଖ୍ୟମନ୍ତ୍ରୀ ସକାଳ ପ୍ରାୟ ୧୧ଟା ବେଳକୁ ବରଗଡରେ ପହଞ୍ଚିଛନ୍ତି । ସେଠାରୁ ଅତାବିରା ଓ ପଦମପୁରରେ ଆୟୋଜିତ ୨ଟି ଜନସମାବେଶରେ ଉଦବୋଧନ ଦେବେ । ପରବର୍ତ୍ତୀ ସମୟରେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଅଭିମୁଖେ ଗସ୍ତ କରିବା ସହ ଏକ ସଭାରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ ।

ଦ୍ୱୀପ୍ରହର ବେଳେ ବେଲପାଡା ଅଭିମୁଖେ ଗସ୍ତ କରିବେ ଏବଂ ସେଠାରୁ କଣ୍ଟାବାଜି, ବଙ୍ଗୋମୁଣ୍ଡା, ହଳଦୀ, ଟିଟଲାଗଡ, ବେଲଗାଁଓ, ସଇଁତଳା, ତୁଷାର ଛକ, ଦେଓଗାଁ, ବଲାଙ୍ଗିର, ଲୋଇସିଙ୍ଗା ଏବଂ ସାଲେଭଟରେ ଏକ ରୋଡ ଶୋ’ କରିବେ ।

ସେଠାରେ ରୋଡ ଶୋ’ ପରେ ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.