Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋପଙ୍କୁ ଦେଲେ ପଟ୍ଟଚିତ୍ର ପେଣ୍ଟିଂ ଉପହାର 

ଦିଲ୍ଲୀ  : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋପଙ୍କୁ ଦେଲେ ପଟ୍ଟଚିତ୍ର ପେଣ୍ଟିଂ ଉପହାର  ।  ଓଡିଶା ଓ ଓଡ଼ିଶାବାସୀଙ୍କ ତରଫରୁ ଦେଲେ ଉପହାର  ।    ପଟ୍ଟଚିତ୍ରର ବାର୍ତ୍ତା ରହିଛି- ଏକା ନୁହେଁ ଆମେ ଏକାଠି। ପବିତ୍ର ବୃକ୍ଷ ସହ ରହିଛି ଜୀବନ ବୃକ୍ଷର ସାମଞ୍ଜସ୍ୟ । ସମସ୍ତଙ୍କ ସହ ସମସ୍ତଙ୍କ ସମ୍ପର୍କ ରହିଛି ଏହାର ପ୍ରତୀକ । ଏହା ମଧ୍ୟ ସହାବସ୍ଥାନର ପ୍ରତୀକ ଏବଂ ଆମେ କେବେ ବି ଏକୁଟିଆ ନୁହଁ- ଏହି ଅବବୋଧର ପରିଚାୟକ ।

ପଟ୍ଟଚିତ୍ରର ଗାଁ ରଘୁରାଜପୁରରର ଅପିନ୍ଦ୍ର ସ୍ବାଇଁଙ୍କ ପରିବାର ପିଢିପିଢି ଧରି ପଟ୍ଟଚିତ୍ର ପ୍ରସ୍ତୁତ କରିଆସୁଛନ୍ତି । ଏହି ପରିବାର ପାରମ୍ପରିକ ଚିତ୍ର ସହ ଆଧୁନିକ କଳାକୃତି ବି ପ୍ରସ୍ତୁତି କରିଆସୁଛନ୍ତି । ପଟ୍ଟଚିତ୍ର କଳା ମଧ୍ୟରେ କାଲିଗ୍ରାଫିକୁ ମଧ୍ୟ ଗୁରୁତ୍ବ ଦେଇଆସୁଛନ୍ତି ପରିବାର । ନୂଆ ନୂଆ ମାର୍ଗରେ ପଟ୍ଟଚିତ୍ରର ପରମ୍ପରା ବଜାୟ ରଖିବାକୁ ସ୍ୱପ୍ନ ରଖିଛନ୍ତି ଅପିନ୍ଦ୍ର ।

ଉତ୍କଳୀୟ କଳାର ଏହା ଏକ ଶ୍ରେଷ୍ଠ ପ୍ରତିଫଳନ ଏହି ପଟ୍ଟଚିତ୍ରରେ ପରିଦୃଷ୍ଟ ହୋଇଥାଏ । ବିଭିନ୍ନ ପୌରାଣିକ କଥାବସ୍ତୁକୁ ଆଧାର କରି ପଟ୍ଟଚିତ୍ର ପ୍ରସ୍ତୁତ କରାଯାଇଥାଏ। ଏହି ଅବସରରେ ପୋପ୍‌ ଫ୍ରାନସିସଙ୍କ ସୁସ୍ଥ ଦୀର୍ଘ ଜୀବନ କାମନା କରିଥିଲେ ନବୀନ ।

ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ଭେଟିଛନ୍ତି ନବୀନ ପଟ୍ଟନାୟକ ।  ପୋପଙ୍କୁ ନବୀନ ସାକ୍ଷାତ ସମୟର ଫଟୋରେ ପୋପଙ୍କୁ ନମସ୍କାର କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ପୋପ ବି ପ୍ରତି ନମସ୍କାର କରୁଛନ୍ତି । 

ଏହାପରେ ପୋପଙ୍କ ସହ ମୁଖ୍ୟମନ୍ତ୍ରୀ କିଛି କଥାବାର୍ତ୍ତା ହେଉଥିବାର ଫଟୋ ବି ରହିିଛି । ଭାଟିକାନ ସିଟିରେ ପୋପ୍ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟର ଆଲୋଚନା ହୋଇଛି । ଖ୍ରୀଷ୍ଟଧର୍ମର ସର୍ବମାନ୍ୟ ଗୁରୁ ହେଉଛନ୍ତି ପୋପ୍ । ଆଉ ଏଭଳି ସର୍ବମାନ୍ୟ ଗୁରୁଙ୍କୁ ଜଣେ ଭାରତ ଭଳି ଗଣତାନ୍ତ୍ରିକ ଦେଶର ଜଣେ ମୁଖ୍ୟମନ୍ତ୍ରୀ ଭେଟିବା ପରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ତେବେ ଭାଟିକାନ ସିଟିରେ ପୋପଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି । ଆଉ ଏଥିରେ ସେ ଲେଖିଛନ୍ତି, ପୋପଙ୍କ ସହ ଆଲୋଚନା କରି ସେ ବେଶ ଖୁସି ଅନୁଭବ କରୁଛନ୍ତି । ସାକ୍ଷାତ କରିଥିବାରୁ ଧନ୍ୟବାଦ । ପୋପଙ୍କ ସୁସ୍ଥ ତଥା ଦୀର୍ଘାୟୁ କାମନା କରୁଛି । ଭାଟିକାନ ସିଟିରେ ଖ୍ରୀଷ୍ଟଧର୍ମର ସର୍ବମାନ୍ୟ ଗୁରୁ ପୋପ ଫ୍ରାନସିଙ୍କୁ ସାକ୍ଷାତ ପରେ ଦୁବାଇ ଗସ୍ତରେ ଯିବେ ନବୀନ । ସେଠାରେ ସେ ପୁଞ୍ଜିନିବେଶକ ଓ ପ୍ରବାସୀ ଓଡିଆଙ୍କୁ ଭେଟିବେ ।

 

 

Leave A Reply

Your email address will not be published.