ଭୁବନେଶ୍ବର: କୋଭିଡରୋଗୀଙ୍କ ଚିକିତ୍ସା ପାଇଁ ମୁମ୍ବାଇ ଓଡ଼ିଶା ଭବନରେ ଡାକ୍ତର ମାନଙ୍କ ରହଣି ବାବଦ ଦେୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ ଛାଡ କରାଯାଇଛି । ପ୍ରଥମ ଲହରିରେ ମଧ୍ୟ 2 କୋଟି ଟଙ୍କା ଛାଡ଼ କରିଥିଲେ ରାଜ୍ୟ ସରକାର । କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବୀ ମୁମ୍ୱାଇ ମହାନଗର ନିଗମର ଡାକ୍ତର ଓ ନର୍ସ ମାନଙ୍କ ମୁମ୍ୱାଇ ସ୍ଥିତ ଓଡ଼ିଶା ଭବନରେ ରହଣି ପାଇଁ 61 ଲକ୍ଷ 5 ହଜାର ଟଙ୍କା ଦେୟକୁ ଓଡ଼ିଶା ସରକାର ଛାଡ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଦେୟ ଛାଡ଼ କରାଯାଇଛି ବୋଲି କୁହାଯାଇଛି । 2021 ଏପ୍ରିଲ୍ 12 ତାରିଖ ଠାରୁ 2021 ନଭେମ୍ବର 27 ପର୍ଯ୍ୟନ୍ତ ଓଡ଼ିଶା ଭବନର ଚତୁର୍ଥ ମହଲାରେ 8 ଟି ରୁମ୍ ଓ ଗୋଟିଏ ଡରମୋଟୋରି ରେ ମହାନଗର ନିଗମର ଡାକ୍ତର ଓ ନର୍ସ ମାନେ ଦୀର୍ଘ 7 ମାସରୁ ଅଧିକ ସମୟ ରହି କୋଭିଡ ଚିକିତ୍ସା କରୁଥିଲେ। ଓଡ଼ିଶା ସରକାର ବର୍ତମାନ ଏହା ବାବଦ ଦେୟ ଛାଡ଼ କରିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ କରୋନାର ପ୍ରଥମ ଲହରୀ ସମୟରେ ମଧ୍ୟ ନବୀ ମୁମ୍ୱାଇ ମହାନଗର ନିଗମର 2 କୋଟି 16 ହଜାର ଟଙ୍କା ଛାଡ କରାଯାଇଥିଲା।
BREAKING NEWS
- ମୋ ବିରୋଧରେ ଷଡଯନ୍ତ୍ର ରଚାଯାଉଛି: ଗୋବିନ୍ଦା
- Spain Train Accident: ଭୟଙ୍କର ଟ୍ରେନ ଦୁର୍ଘଟଣା; ୨୧ ଯାତ୍ରୀ ମୃତ, ଅନେକ ଗୁରୁତର
- BJP National President Election: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ; ନାମାଙ୍କନ ଭରିବେ ନୀତିନ ନବୀନ
- Dolphin Count: ଆସନ୍ତାକାଲିଠାରୁ ଚିଲିକାରେ ହେବ ଡଲଫିନ୍ ଗଣନା
- Bus Services: ୫ ଦିନ ପରେ ସ୍ବାଭାବିକ ହେଲା ବସ୍ ଚଳାଚଳ
- ପୁଣି ବାଣ ଛାଡ଼ିଲେ ଶ୍ରୀମୟୀ, ‘ନୈତିକତା ହଜିଛି, ବିଶ୍ୱାସଘାତକତାର ନୂଆ ପରିଭାଷା ଲେଖାହେଉଛି!’
- Karnataka CM Race: କର୍ଣ୍ଣାଟକରେ କ୍ଷମତା ସଂଘର୍ଷ ଜାରି, ରାହୁଲଙ୍କୁ ଭେଟିବା ପରେ କ’ଣ କହିଲେ ଶିବକୁମାର?
- J&K Encounter: ସେନା-ଆତଙ୍କବାଦୀ ଏନକାଉଣ୍ଟର: ୮ ଜଣ ଯବାନ ଆହତ, ଅପରେସନ ଜାରି
- ମାଫିଆଙ୍କ ପାଇଁ ବିପଦ ଘଣ୍ଟି; ବେଆଇନ କାରବାର କଲେ ଘରେ ପହଞ୍ଚିବ ଇଡି: ମନ୍ତ୍ରୀ
- Human Trafficking: ମାନବ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ: ୧୨ଶିଶୁ ଉଦ୍ଧାର, ୧୫ ଗିରଫ
Comments are closed.